Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରମୁଖ ଯୋଗ ସଂସ୍ଥାନଗୁଡିକୁ ନେଇ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୫ ଉପଲକ୍ଷେ ‘ଯୋଗ ଅନପ୍ଲକଡ’ କାର୍ଯ୍ୟକ୍ରମ
ଆଜିର ଖବର

ପ୍ରମୁଖ ଯୋଗ ସଂସ୍ଥାନଗୁଡିକୁ ନେଇ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୫ ଉପଲକ୍ଷେ ‘ଯୋଗ ଅନପ୍ଲକଡ’ କାର୍ଯ୍ୟକ୍ରମ

May 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ
ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

ଭୁବନେଶ୍ଵର: ଆନ୍ତର୍ଜାତିକ ଯୋଗ ଦିବସ ୨୦୨୫ ଉପଲକ୍ଷେ ‘ଯୋଗ ଅନପ୍ଲକଡ’ କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଯୋଗ ସଂସ୍ଥାନଗୁଡିକ ଯୋଗଦାନ କରିବେ। ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱର ସବୁଠାରୁ ପ୍ରମୁଖ ଯୋଗ ସଂସ୍ଥା କୈବଲ୍ୟ ଧାମ ଯୁବକମାନଙ୍କ ଲାଗି କିଛି କାର୍ଯ୍ୟକ୍ରମ ଆରମ୍ଭ କରିଛି । ‘ଯୋଗ ଫର ୟଙ୍ଗ ମାଇଣ୍ଡସ’ ହେଉଛି ଏମିତି ଏକ କ୍ୟାମ୍ପେନ ଯେଉଁଥିରେ ଅନଲାଇନ ମାଧ୍ୟମରେ କମନ ଯୋଗ ପ୍ରୋଟୋକଲ ଉପରେ ତାଲିମ ମିଳୁଛି। ସାରା ଦେଶର ବିଦ୍ୟାର୍ଥୀ ଓ ଯୁବ ନେତୃତ୍ୱଙ୍କୁ ସୁବିଧାରେ ଯୋଗ ଜ୍ଞାନ ପହଂଚାଇବା ଏହାର ମୁଖ୍ୟ ଲକ୍ଷ୍ୟ। ଅନଲାଇନ ଭର୍ଚୁଆଲ ଗ୍ଲୋବାଲ ସମିଟରେ ଯୋଗିନାର ମାଧ୍ୟମରେ ନିଜକୁ ଯୋଡିବାକୁ କୈବଲ୍ୟ ଧାମ ଲକ୍ଷ୍ୟ ରଖିଛି। ଚଳିତବର୍ଷର ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ଯୋଡିବାକୁ ନିଷ୍ପତି ନିଆଯାଇଛି।

୧୯୨୪ରେ ସ୍ୱାମୀ କୁବଳୟାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି କୈବଲ୍ୟଧାମ ମହର୍ଷି ପତଞ୍ଜଳି କୃତ ଯୋଗସୂତ୍ର ଅନୁସାରେ କାର୍ଯ୍ୟ ସମ୍ପାଦିତ କରିଥାଏ। ଏହି ଅନୁଷ୍ଠାନ ଯୋଗ ସହ ବିଜ୍ଞାନକୁ ସଂଯୋଗ କରି ଏକ ନୂଆ ଦିଗ ଦେଖାଇପାରିଛି। ତେବେ ‘ଯୋଗ ଅନପ୍ଲକଡ’ କାର୍ଯ୍ୟକ୍ରମରେ ଏହି ସଂସ୍ଥା ଅଂଶଗ୍ରହଣ କରୁଥିବାରୁ ଏହି ବହୁ ଗୁରୁତ୍ୱ ବହନ କରୁଛି । କୈବଲ୍ୟଧାମ ଛଡା ଦେଶର ଅନ୍ୟ ଯୋଗ ସଂସ୍ଥାନ ବି ଆଗାମୀ ଦିନରେ ‘ଯୋଗ ଅନପ୍ଲକଡ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଆନ୍ତର୍ଜାତିକ ଯୋଗ ଦିବସର ୧୧ତମ ସଂସ୍କରଣ ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ୧୦ଟି ବଡ ବଡ କାର୍ଯ୍ୟକ୍ରମ ସମ୍ପାଦିତ ହେବାର ରହିଛି

ଏକ ଲକ୍ଷ ସ୍ଥାନରେ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ ପ୍ରଦର୍ଶନ ହେବାର ରହିଛି। ଭାରତ ଓ ତାର ସହଯୋଗୀ ରାଷ୍ଟ୍ର ଭିତରେ ଯୋଗ ବନ୍ଧନ କାର୍ଯ୍ୟକ୍ରମ ମାଧ୍ୟମରେ ଭାବ ବିନିମୟ ବି ହେବାର ରହିଛି। ଦୀର୍ଘମିଆଦୀ ସୂତ୍ରରେ ଯୋଗ ପାର୍କ କାର୍ଯ୍ୟକ୍ରମ ମାଧ୍ୟମରେ ସମର୍ପିତ ସ୍ଥାନ ନିରୂପଣ କରିବାର ବ୍ୟବସ୍ଥା ରହିଛି। ଶିଶୁ, ବରିଷ୍ଠ, ଭିନ୍ନକ୍ଷମ, ଆର୍ଥିକ ଅନଗ୍ରସରଙ୍କ ପାଇଁ ଯୋଗ ସମାବେଶ ବି ହେବ। ଯୋଗ ପ୍ରଭାବ କାର୍ଯ୍ୟକ୍ରମରେ ଜନତାଙ୍କ ସ୍ୱାସ୍ଥ୍ୟ ଉପରେ ଯୋଗର ପ୍ରଭାବ ଉପରେ ଗବେଷଣା ହେବ। ଲବ୍ଧ ପ୍ରତିଷ୍ଠ ଏକ୍ସପର୍ଟ ଓ ସ୍ୱାସ୍ଥକର୍ମୀଙ୍କୁ ନେଇ ଯୋଗ କନେକ୍ଟ ମାଧ୍ୟମରେ ଭର୍ଚୁଆଲ ମୋଡରେ ଗ୍ଲୋବାଲ ସମିଟ ବି ହେବାର ରହିଛି। ହରିତ ଯୋଗ ମାଧ୍ୟମରେ ଯୋଗ ସହ ବୃକ୍ଷରୋପଣ ଓ ପରିବେଶ ସଫେଇ ବି କରାଯିବାର ରହିଛି। ପରବର୍ତ୍ତୀ ପିଢି ଯୋଗକୁ ଆପଣେଇବାକୁ ଯୋଗ ଅନପ୍ଲକଡ କାର୍ଯ୍ୟକ୍ରମ କରାଯିବ। ୧୦ଟି ବଛା ବଛା ସହରରେ ଯୋଗ ମହାକୁମ୍ଭ କାର୍ଯ୍ୟକ୍ରମ ମାଧ୍ୟମରେ ସପ୍ତାହେ ବ୍ୟାପି ଯୋଗ ଉତ୍ସବ ହେବ। ସାମ ଯୋଗ କାର୍ଯ୍ୟକ୍ରମରେ ଆଧୁନିକ ସ୍ୱାସ୍ଥ୍ୟ ଉପକରଣ ସହ ଶହେ ଦିନିଆ କ୍ୟାମ୍ପେନ।

ତେବେ ଏପ୍ରକାର କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ସାରା ବିଶ୍ୱ ଓ ଦେଶର ଭିନ୍ନ ଭିନ୍ନ ସଂସ୍ଥା, ଅନୁଷ୍ଠାନ ଓ କମ୍ୟୁନିଟି ଯୋଗ ଦେବାକୁ ଆୟୂଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ଜୁନ ୨୧ରେ ପଡୁଥିବା ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଯୋଗ କରି ଏକ ରୂପାନ୍ତରିତ ଶକ୍ତିକୁ ଆପଣେଇବାକୁ ସମ୍ପୃକ୍ତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ୨୦୨୬ : ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

June 24, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣା: ୪ ଜଣ ଗିରଫ

June 24, 2026

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026

ରାଜଧାନୀରେ ଲଜ୍ଜା : କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

June 23, 2026
Latest News

ରଥଯାତ୍ରା ୨୦୨୬ : ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

June 24, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣା: ୪ ଜଣ ଗିରଫ

June 24, 2026

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026

ରାଜଧାନୀରେ ଲଜ୍ଜା : କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

June 23, 2026

ତିନି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.