Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୃଜନର ଉପସରଣମ – ଯେଉଁଠାରେ ଓଡିଶୀ ନୃତ୍ୟ ଓ ଯୁବପିଢିଙ୍କ ଉଜ୍ଜ୍ୱଳ ସ୍ୱପ୍ନଗୁଡିକ ହୋଇଥାଏ ମୁଖ୍ୟ ଆକର୍ଷଣ
ବିଶେଷ ଖବର

ସୃଜନର ଉପସରଣମ – ଯେଉଁଠାରେ ଓଡିଶୀ ନୃତ୍ୟ ଓ ଯୁବପିଢିଙ୍କ ଉଜ୍ଜ୍ୱଳ ସ୍ୱପ୍ନଗୁଡିକ ହୋଇଥାଏ ମୁଖ୍ୟ ଆକର୍ଷଣ

May 19, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link
ସୃଜନର ଉପସରଣମ - ଯେଉଁଠାରେ ଓଡିଶୀ ନୃତ୍ୟ ଓ ଯୁବପିଢିଙ୍କ ଉଜ୍ଜ୍ୱଳ ସ୍ୱପ୍ନଗୁଡିକ ହୋଇଥାଏ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର: ଚଳିତ ବର୍ଷ ସୃଜନ ପକ୍ଷରୁ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପଠାରେ ଆସନ୍ତା ମେ’ ୧୮ ତାରିଖରେ ଉପସରଣମ୍ ୨୦୨୫ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିବା ବେଳେ ଡଃ ମୃତ୍ୟୁଞ୍ଜୟ ରଥ ନିଜର ବକୃତା ଓ ଅଭିଜ୍ଞତା ମାଧ୍ୟମରେ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ଏହି ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ପ୍ରଖ୍ୟାତ ସଙ୍ଗୀତଜ୍ଞ ଓ ବାଦ୍ୟଯନ୍ତ୍ରବାଦକ  ଶ୍ରୀ ଅବନିକାନ୍ତ ଦାସ, ଗୁରୁ ପଙ୍କଜ ଚରଣ ଓଡିଶର ରିସର୍ଚ୍ଚ ଫାଉଣ୍ଡେଶନର ନିର୍ଦ୍ଦେଶକ ଶ୍ରୀ ଶରତ ଦାସ, ଲୋକପ୍ରିୟ ସିତାର ବାଦକ ଶ୍ରୀ ରବିଶଙ୍କର ପ୍ରଧାନ, ପ୍ରତିଷ୍ଠିତ ଓଡିଆ ସାମ୍ବାଦିକ, କବି ଓ ଲେଖକ ଶ୍ରୀ କେଦାର ମିଶ୍ର ଙ୍କ ସମେତ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ୟୁନିଭର୍ସିଟିର ଫ୍ୟାକଲ୍ଟି ଅଫ୍ ଆର୍ଟସ୍‌, କମ୍ୟୁନିକେଶନ ଆଣ୍ଡ ଇଣ୍ଡିକ ଷ୍ଟଡିଜ୍‌ର ଡିନ ଶ୍ରୀ ରତିକାନ୍ତ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହାପରେ ୭୫ ଜଣ ପ୍ରତିଭାଶାଳୀ ଯୁବ ନୃତ୍ୟଶିଳ୍ପୀ ମଂଚରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ । ସେମାନେ ସ୍ୱର୍ଗତଃ କିମ୍ବନ୍ଦନ୍ତୀ ଓଡିଶୀ ନୃତ୍ୟଗୁରୁ ଓ ସୃଜନ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟବାସର ପ୍ରତିଷ୍ଠାତା ଗୁରୁ କେଳୁଚରଣ ମହାପାତ୍ର ଓ ସଂସ୍ଥାର ନିର୍ଦ୍ଦେଶକ ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ନୃତ୍ୟ ସଂରଚନା ଉପସ୍ଥାପନ କରିଥିଲେ ।

ପ୍ରଥମ ଉପସ୍ଥାପନା ଥିଲା ଏକ ଦିବ୍ୟ ଶ୍ଳୋକ ‘ନିଳାଦ୍ରୌ ଶଂଖ-ମଧ୍ୟେ (ଜଗନ୍ନାଥ ବନ୍ଦନା) , ଏହା ହେଉଛି ଏକ ପ୍ରାର୍ଥନା ଯାହା ଆମକୁ ଇଶ୍ୱରୀୟ ଭାବନାର ନିକଟତର କରିଥିଲା, ଏଥିସହିତ ବ୍ରହ୍ମଦାରୁ ସ୍ମରାମିର ଉପସ୍ଥାପନା କରାଯାଇଥିଲା ଯାହା ସକଳ ଶକ୍ତିର ଉତ୍ସ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଏକ ଆବାହନ ଥିଲା । ପ୍ରକୃତ ଭକ୍ତଙ୍କ ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ହେଉଛି ସବୁଠାରୁ ବଡ ଆଶୀର୍ବାଦ ।

ଶ୍ରୀ ରୁପକ କୁମାର ପରିଡାଙ୍କ ସଂଗୀତ ରଚନା ଓ ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ମୂଳ କୋରିଓଗ୍ରାଫି ସହିତ ସୃଜନର ପ୍ରତିଭାଶାଳୀ ସଦସ୍ୟ ଡାଏନା ଘୋଷଙ୍କ ଦ୍ୱାରା ନବୀକରଣ ହୋଇଥିବା ଗ୍ରୁପ କମ୍ପୋଜିଶନକୁ ନୃତ୍ୟଶିଳ୍ପୀ ଆରାଧ୍ୟା, ଆୟେଶା, ବିଦ୍ୟା ଭାରତୀ, ଲାରଣ୍ୟା, ମନସ୍ମିତା, ସାଧନା ସୋନାଲିକା, ସାଇ ସମ୍ପୂର୍ଣ୍ଣା, ସାଇ ସ୍ୱସ୍ତିକା, ଶ୍ରେୟା ସଙ୍ଗୀତ୍ରା, ଶ୍ରେୟାଶ୍ରୀ ଓ ସ୍ୱସ୍ତିକା ପ୍ରଶଂସନୀୟ ମଂଚ ଉପସ୍ଥିତି ସହ ଉପସ୍ଥାପନ କରିଥିଲେ ।

ଏହାପରେ ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗୀକୃତ କରାଯାଇ ବିଷ୍ଣୁ ସହସ୍ରନାମ (ବିଷ୍ଣୁ ବନ୍ଦନା)ରୁ ଆଉ ଏକ ଶକ୍ତିଶାଳୀ ଶ୍ଳୋକ ଶାନ୍ତାକାରମ ଭୁଜଗଶୟନମ ଉପସ୍ଥାପନ କରାଯାଇଥିଲା । ଡଃ ବିଜୟ କୁମାର ଜେନାଙ୍କ ସଙ୍ଗୀତ ରଚନା ଓ ଚିିତାକର୍ଷକ ସ୍ୱରରେ ପ୍ରସ୍ତୁତ ହୋଇଥିବା ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ଆକର୍ଷଣୀୟ ମୂଳ କୋରିଓଗ୍ରାଫିକୁ ସୃଜନର ବରିଷ୍ଠ ସଦସ୍ୟ ସଞ୍ଜୟ କୁମାର ବେହେରାଙ୍କ ଏକ ଗ୍ରୁପ କମ୍ପୋଜିଶନରେ ପୁନଃପ୍ରସ୍ତୁତ କରାଯାଇଥିଲା । ଯୁବ ନୃତ୍ୟଶିଳ୍ପୀ ଆପୋର୍‌ଧା, ବର୍ଣ୍ଣାଳୀ, ବିଦିଶା, ଚିତ୍ରା, ଗାର୍ଗୀ, ଲୋକୋସ୍ମିତା, ଓମ୍‌ ପ୍ରିୟା, ଏସ୍ ଗୌତମୀ, ସାତ୍ୱିକା, ସମ୍ରିଧି, ସଂଚିତା, ସ୍ମୃତି, ଶ୍ରୀରୂପା, ସ୍ୱାତୀ, ବର୍ଣ୍ଣାଳୀ ଆଦି ସେମାନଙ୍କର ଯୁବ ବୟସ ସତ୍ୱେ ପରିପକ୍ୱତା ସହ ଏକ ଗ୍ରୁପ କମ୍ପୋଜିଶନର ଉପସ୍ଥାପନା କରିଥିଲେ ।

ଏହାପରେ ସ୍ଥାନୀୟ ଅଡିଟୋରିୟମ ସର୍ବବ୍ୟାପୀ ଶ୍ଳୋକ ବକ୍ରତୁଣ୍ଡ ମହାକାୟର ଆଧ୍ୟାତ୍ମିକ ବାଣୀରେ ପ୍ରତିଧ୍ୱନିତ୍ୱ ହୋଇଥିଲା, ଯାହା ମହାନ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରସିୟାଙ୍କ ସଙ୍ଗୀତ ରଚନାରେ ପ୍ରସ୍ତୁତ ହୋଇଥିଲା । ନିଜର ଚମତ୍କାର ନୃତ୍ୟ ପ୍ରଦର୍ଶନୀ ମାଧ୍ୟମରେ ନୃତ୍ୟଶିଳ୍ପୀ ଆଦ୍ୟାଶ୍ରୀ, ଅକ୍ଷିତା, ଅନୁଷ୍କା, ଅନ୍‌ଭିକା, ଦୀପାନ୍ୱିତା, ରିତିଶା, ସାନ୍‌ଭି, ସନ୍‌ଭି, ସ୍ୱସ୍ତିକା ଓ ତେଜସ୍ୱିନୀ ବିଘ୍ନହର୍ତା ଭଗବାନ ବିନାୟକଙ୍କୁ ନିଜର ପ୍ରଣାମ ଜଣାଇଥିଲେ । ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ମୂଳ କୋରିଓଗ୍ରାଫିକୁ ଏହି ସନ୍ଧ୍ୟା ପାଇଁ ସୃଜନର ବହୁମୂଖୀ ପ୍ରତିଭାବାନ ସଦସ୍ୟା ଐଶ୍ୱର୍ଯ୍ୟା ସିଂହଦେବଙ୍କ ଦ୍ୱାରା ଏକ ନୂତନ ଗ୍ରୁପ କମ୍ପୋଜିଶନରେ ସେଟ୍ କରାଯାଇଥିଲା ।

ଏକ ବିରଳ ସୁଯୋଗରେ ଦର୍ଶକମାନେ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ରଚନାରେ ପ୍ରସ୍ତୁତ ଗୁରୁ ଶ୍ରୀ କେଳୁଚରଣ ମହାପାତ୍ରଙ୍କ କାଳଜୟୀ ନୃତ୍ୟ ନିର୍ଦ୍ଦେଶନା ଗତିଭେଦ ପଲ୍ଲବୀର ପ୍ରଦର୍ଶନର ସାକ୍ଷୀ ହୋଇଥିଲେ । ପ୍ରଥମ ଥର ପାଇଁ ୧୯୬୮ରେ ଏହି ପଲ୍ଲବୀକୁ କମ୍ପୋଜ କରାଯାଇଥିଲା ଯାହା ଏହାର ସୂକ୍ଷ୍ମ ତାଳ (ରିଦିମ) ଶୈଳୀ ପାଇଁ ସୁପରିଚିତ ଅଟେ, କାରଣ ଏହାର ବିଭିନ୍ନ ଭାଗ ନୃତ୍ୟଶିଳ୍ପୀଙ୍କ ତାଳକୁ ବୁଝିବାର ଶକ୍ତିକୁ ପରୀକ୍ଷା କରିଥାଏ ।

ଯେହେତୁ ଏହା ତାଳ ଓ ଲୟର ବିବିଧତା ମାଧ୍ୟମରେ ପରିବର୍ତନ ହୋଇଥାଏ, ତେଣୁ ସଙ୍ଗୀତର ଅନ୍ତର୍ନିହିତ ନଗ୍‌ମା (ମେଲୋଡି) ସ୍ଥିର ରହିଥାଏ ଏବଂ ଲୟାତ୍ମକ ବିଭାଜନ ଓ ବିବରଣୀ ସହିତ ତାଳରେ ଭିନ୍ନ ହୋଇଥାଏ । ସ୍ପଷ୍ଟ ଓ ମଜବୁତ ଫୁଟ୍‌ୱର୍କ, ଫର୍ମେଶନ ଓ ପ୍ରଶଂସନୀୟ ଧୈର୍ଯ୍ୟ ସହିତ ନୃତ୍ୟଶିଳ୍ପୀ ଅର୍ଚିସା, ବ୍ରାହ୍ମୀ, ଗାୟତ୍ରୀ, ଗୀତ୍‌, କାବ୍ୟା, ନତାଶା, ପ୍ରତ୍ୟାଶା, ପୁଷ୍ପାଞ୍ଜଳି, ରୋଶ୍‌ନି, ସତାକ୍ଷୀ, ଶିବାଙ୍ଗୀ, ସୋମାଲିନ, ସୁସମ୍ପର୍ଣ୍ଣା, ତନିଷ୍ଠା ଓ ସାଇ ପ୍ରସାଦ ଏହି ଗୁରୁଜୀଙ୍କର ଏହି ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶନାକୁ ପ୍ରଦର୍ଶନ କରିଥିଲେ, ଯାହାକୁ ଏହି ସମାରୋହ ପାଇଁ ସୃଜନର ବରିଷ୍ଠ ସଦସ୍ୟ ଓ ଏକକ ସଙ୍ଗୀତ କଳାକାର ପ୍ରିତିଶା ମହାପାତ୍ରଙ୍କ ଦ୍ୱାରା ଗ୍ରୁପ୍ ଫର୍ମାଟରେ ନୂଆ ରୂପ ଦିଆଯାଇଥିଲା ।

ସନ୍ଧ୍ୟାର ଏକମାତ୍ର ନୃତ୍ୟ ପରେ ଉପସ୍ଥାପନାଗୁଡିକୁ ଦୃଢ ଆଧ୍ୟାତ୍ମିକତା ଓ ଭକ୍ତିପୂର୍ଣ୍ଣ ଅର୍ପଣ ସହ ଜାରି ଥିଲା । କାର୍ଯ୍ୟକ୍ରମରେ ଶେଷ ପ୍ରଦର୍ଶନ ଥିଲା ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଶ୍ରୀ ଶିବ ପଂଚକ୍ଷରାୟ ସ୍ତୋତ୍ରମ ‘ନାଗେନ୍ଦ୍ର ହାରାୟ’ । ଏହାର ମୂଳ କୋରିଓଗ୍ରାଫି ଓ ସଙ୍ଗୀତ ରଚନା କିମ୍ବନ୍ଦନ୍ତୀ ନୃତ୍ୟଗୁରୁ ଗୁରୁ ଶ୍ରୀ କେଳୁଚରଣ ମହାପାତ୍ର ଓ ପଣ୍ଡିତ ଭୁବନେଶ୍ୱର ମିଶ୍ର କରିଥିବା ବେଳେ, ଏହାର ନୂତନ ଗ୍ରୁପ କମ୍ପୋଜିଶନକୁ ସୃଜନର ସମର୍ପିତ ସଦସ୍ୟ ଜି. ସଞ୍ଜୟ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରିଥିଲେ । ନୃତ୍ୟଶିଳ୍ପୀ ଆଞ୍ଜେଲ, ବିଶାଖା, ଚିନ୍ମୟୀ, ସାଇ ସ୍ମୃତି, ଶ୍ରେୟାଙ୍ଗଶ୍ରୀ, ଶ୍ରେୟାଂଶୀ, ଶୁଭାଙ୍ଗୀ, ଶୁଭଲକ୍ଷ୍ମୀ, ସୁଲଗ୍ନା, ସୁମେରା, ସ୍ୱାଗତିକା ଓ ସ୍ୱାଗତ ଆତ୍ମବିଶ୍ୱାସ ଓ ଭକ୍ତିର ସହ ପ୍ରତ୍ୟେକ ଶବ୍ଦ ନ-ମ-ଶି-ବା-ୟକୁ ପ୍ରଦର୍ଶିତ କରିଥବଲେ ।

ଉପସରଣମ ୨୦୨୫ ଓଡିଆ ଅଭିନୟ ‘ନାଚନ୍ତି ରଙ୍ଗେ ଶ୍ରୀ ହରି’ର ଏକ ସୁନ୍ଦର ଉତ୍ସାହପୂର୍ଣ୍ଣ ଓ ସମନ୍ୱିତ ପରିବେଶଷ ସହ ଶେଷ ହୋଇଥିଲା । ଏହି ଓଡିଆ ସଙ୍ଗୀତ ଭଗବାନ ଶ୍ରୀକୃଷ୍ଣଙ୍କ ଆନନ୍ଦ ତଡବ, ଗୋପୀମାନଙ୍କ ସହ ତାଙ୍କର ଆନନ୍ଦମୟ ନୃତ୍ୟକୁ ଉପସ୍ଥାପନ କରିଛି ଯେତେବେଳେ ସେମାନେ ନୃତ୍ୟ ଓ ସଙ୍ଗୀତର ସୌନ୍ଦର୍ଯ୍ୟରେ ନିମଜ୍ଜିତ ହୋଇଥାନ୍ତି । ଗୁରୁ ଶ୍ରୀ କେଳୁଚରଣ ମହାପାତ୍ରଙ୍କ ମୂଳ ନୃତ୍ୟ ନିର୍ଦ୍ଦେଶନା ଓ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ରଚନା ଦର୍ଶକମାନଙ୍କ ମଧ୍ୟରେ ଆନନ୍ଦରର ରସ ସୃଷ୍ଟି କରିଥିଲା ।

ଏହି ସନ୍ଧ୍ୟାର ନବୀକରଣ ରଚନାକୁ ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଓ ସୃଜନର ବରିଷ୍ଠ ଅଧ୍ୟାପିକା ଶ୍ରୀମତି ରାଜଶ୍ରୀ ପ୍ରହରାଜ ପ୍ରସ୍ତୁତ କରିଥିଲେ ଯିଏକି ପ୍ରତ୍ୟେକ ବିବରଣୀକୁ ଧ୍ୟାନ ଦେବା ସହ ନିଜର ସକ୍ଷମତା ଓ ମାର୍ଗଦର୍ଶନ ପାଇଁ ପରିଚିତ ଅଟନ୍ତି । ତାଙ୍କ ପ୍ରଶିକ୍ଷଣରେ ନୃତ୍ୟଶିଳ୍ପୀ ଅଭିସିକ୍ତା, ଅମ୍ରିତା, ଆଞ୍ଜେଲିନା, ଦୀପ୍ରନ୍ୱିତା, ପଲ୍ଲୀଶ୍ରୀ, ପ୍ରାଚୀ, ପ୍ରିୟା, ସଗୁନ, ଶିଳ୍ପା, ଶେ୍‌ରୟା, ଶୃତି ଜ୍ୟୋତ୍ସ୍ନା, ସୁଶ୍ରୀ ସଙ୍ଗୀତ ଓ ରାଜ କୁମାର ଏହି ନୃତ୍ୟକୁ ପୂର୍ଣ୍ଣ ଭାବରେ ପାଳନ କରିଥିଲେ, ଯାହା ପ୍ରତ୍ୟେକ ଷ୍ଟେପ ସହ ଆତ୍ମବିଶ୍ୱାସ ଓ ଉତ୍ସାହକୁ ନିସୃତ କରିଥିଲା, ଉଦୀୟମାନ ନୃତ୍ୟଶିଳ୍ପୀ ଭାବେ ସେମାନଙ୍କର ଦୃଢ ନିଷ୍ଠାକୁ ପ୍ରଦର୍ଶିତ କରିଥିଲା ।

ଶ୍ରୀ ଦେବୀପ୍ରସାଦ ମିଶ୍ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ସୁଗମ ପରିଚାଳନା ସୁନିଶ୍ଚିତ କରିଥିବା ବେଳେ ସେ ନିଜର ଚମତ୍କାର ଲାଇଟ ଡିଜାଇନିଂ ସହ ମଂଚ ଓ ନୃତ୍ୟଶିଳ୍ପୀମାନଙ୍କୁ ଉଜ୍ଜ୍ୱଳିତ କରିଥିଲେ । ସୃଜନରେ ଓଡିଶୀର ବାସସ୍ଥାନରେ ଯୁବ ପ୍ରତିଭାମାନଙ୍କୁ ବିକଶିତ ଓ ପ୍ରୋତ୍ସାହିତ କରିବା ସହ ଯୁବ ବୟସରୁ ସେମାନଙ୍କଠାରେ ନୃତ୍ୟ ଓ ପ୍ରଦର୍ଶନରେ ଶାସ୍ତ୍ରୀୟତା ଓ ବୃତିଗତତାର ମୂଲ୍ୟବୋଧ ସୃଷ୍ଟି କରିବା ପାଇଁ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ସ୍ଥାପିତ ଉପସରଣମ୍ ୨୦୨୫ ଏକ ବଡ ସଫଳତା ଥିଲା ।

ଅଧ୍ୟାପକ, ସୃଜନର ସମସ୍ତ ସଦସ୍ୟ, ପୂର୍ବତନ ଛାତ୍ରଛାତ୍ରୀ, ବରିଷ୍ଠ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଓଡିଶୀ ନୃତ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରାରେ ସହଯୋଗ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିଥିଲେ । ଏହା ଜୀବନର ଏକ ମାଧ୍ୟମ ଭାବେ କଳା ଉପରେ ଏବଂ ଆଗାମୀ ପିଢିଗୁଡିକ ପର୍ଯ୍ୟନ୍ତ କିଭଳି ପରମ୍ପରା ଓ ମୂଲବୋଧକୁ ଅନୁକରଣ ଓ ସଂରକ୍ଷଣ କରାଯାଇପାରିବ ତାହା ଉପରେ ଆମର ବିଶ୍ୱାସକୁ ଆହୁରି ସୁଦୃଢ କରିଛି ।

Odissi Ratikanata Mohaptra ଓଡିଶୀ ନୃତ୍ୟ କେଦାର ମିଶ୍ର ଗୁରୁ କେଳୁ ଚରଣ ମହାପାତ୍ର ସୃଜନ
Share. Facebook Twitter LinkedIn Email WhatsApp Copy Link

Related Posts

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025

କାଶିନଗରଠାରେ ନବନିର୍ମିତ ଗ୍ରାମ ନ୍ୟାୟାଳୟର ନୂତନ ଅଟ୍ଟାଳିକାକୁ ଉଦଘାଟନକଲେ ହାଇକୋର୍ଟର ମୁଖ୍ୟ ବିଚାରପତି

July 23, 2025

ଏନସିଇଆରଟି ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପଡ଼ିବା ପ୍ରସଙ୍ଗ: ସ୍ପଷ୍ଟ କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

July 23, 2025

ବିଡ଼ି, ସିନେ ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.