Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଉପକୂଳରେ ୬.୯୮ ଲକ୍ଷରୁ ଅଧିକ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା କଲା ଭାରତୀୟ ତଟରକ୍ଷୀ ବାହିନୀ
ଆଜିର ଖବର

ଓଡ଼ିଶା ଉପକୂଳରେ ୬.୯୮ ଲକ୍ଷରୁ ଅଧିକ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା କଲା ଭାରତୀୟ ତଟରକ୍ଷୀ ବାହିନୀ

May 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସାମୁଦ୍ରିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ କୋଷ୍ଟ ଗାର୍ଡ)ର ବାର୍ଷିକ ମିଶନ ‘ଅପରେସନ୍ ଅଲିଭିଆ’ ଉଲ୍ଲେଖନୀୟ ସଫଳତା ପାଇଛି । ଭାରତୀୟ ତଟରକ୍ଷୀ ବାହିନୀ ଫେବୃଆରୀ ୨୦୨୫ରେ ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ବସା ବାନ୍ଧିଥିବା ୬.୯୮ ଲକ୍ଷରୁ ଅଧିକ ଅଲିଭ୍ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିଲା। ପ୍ରତିବର୍ଷ ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ଚାଲିଥିବା ଅପରେସନ ଅଲିଭିଆ ଭାରତୀୟ ତଟରକ୍ଷୀ ବାହିନୀର ଏକ ପ୍ରମୁଖ ସାମୁଦ୍ରିକ ସଂରକ୍ଷଣମୂଳକ ପଦକ୍ଷେପ। ଏହା ବିଶେଷକରି ଓଡ଼ିଶାର ଗହୀରମଥା ବେଳାଭୂମି ଏବଂ ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଲିଭ୍ ରିଡଲେ କଇଁଛଙ୍କ ବସା ଲାଗି ସୁରକ୍ଷିତ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟ ରଖିଛି, ଯେଉଁଠାରେ ପ୍ରତିବର୍ଷ ଆଠ ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେବାକୁ ଆସନ୍ତି। ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଦ୍ବାରା ରେକର୍ଡ ସାମୁହିକ ଅଣ୍ଡାଦାନ, ଭାରତୀୟ ତଟରକ୍ଷୀ ବାହିନୀର ନିରନ୍ତର ପାଟ୍ରୋଲିଂ, ଆକାଶ ମାର୍ଗରୁ ପର୍ଯ୍ୟବେକ୍ଷଣ ଏବଂ ସାମୁଦାୟିକ ସହଯୋଗ ମାଧ୍ୟମରେ ଏହି ବିଲୁପ୍ତପ୍ରାୟ ପ୍ରଜାତିକୁ ସୁରକ୍ଷା ଦେବା ପାଇଁ କରାଯାଉଥିବା ନିରନ୍ତର ପ୍ରୟାସର ପ୍ରମାଣ।

ଅପରେସନ୍ ଅଲିଭିଆ ଆରମ୍ଭ ହେବା ପରଠାରୁ, ଭାରତୀୟ ତଟରକ୍ଷୀ ବାହିନୀ ୫୩୮୭ ରୁ ଅଧିକ ଭୂପୃଷ୍ଠ ପାଟ୍ରୋଲିଂ ଏବଂ ୧୭୬୮ଟି ଆକାଶ ନିରୀକ୍ଷଣ ମିଶନ୍ କରିଛି, ଯାହା ଅବୈଧ ମାଛ ଧରିବା ଏବଂ କଇଁଛ ବାସସ୍ଥାନର ବିଶୃଙ୍ଖଳା ଭଳି ବିପଦକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି। ଏହି ସମୟ ମଧ୍ୟରେ, ଅବୈଧ କଇଁଛ ଶିକାରରେ ସମ୍ପୃକ୍ତ ୩୬୬ଟି ଡଙ୍ଗାକୁ ଅଟକ ରଖାଯାଇଛି, ଯାହା ସାମୁଦ୍ରିକ ଜୀବନ ସୁରକ୍ଷାରେ ଭାରତୀୟ ତଟରକ୍ଷୀ ବାହିନୀର ଦୃଢ଼ ଭୂମିକାକୁ ସୂଚୀତ କରୁଛି। ପାଟ୍ରୋଲିଂ ବ୍ୟତୀତ, ଭାରତୀୟ ତଟରକ୍ଷୀ ବାହିନୀ ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ଏଥିରେ ଟର୍ଟଲ ଏକ୍ସକ୍ଲୁଡର ଡିଭାଇସର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଆନୁଷ୍ଠାନିକ ବୁଝାମଣାପତ୍ର ମାଧ୍ୟମରେ ଏନଜିଓ ମାନଙ୍କ ସହ ସହଭାଗିତା କରି ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ପରିବେଶ ଅନୁକୂଳ ମାଛ ଧରିବା ଅଭ୍ୟାସ ଏବଂ ସଂରକ୍ଷଣ ଶିକ୍ଷାକୁ ପ୍ରେତ୍ସାହିତ କରିବା ଅନ୍ତର୍ଭୁକ୍ତ ରହିଛି।

ଓଡ଼ିଶା ଉପକୂଳ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ତଟରକ୍ଷୀ ବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026
Latest News

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.