Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଏସଏନଏଲ ଓଡିଶା ପରିମଣ୍ତଳର ନୂତନ ମୂଖ୍ୟ ମହାପ୍ରବନ୍ଧକ ଭାବେ ଦୁଷ୍ମନ୍ତ କୁମାର ବେହେରାଙ୍କ ଦାୟିତ୍ୱ ଗ୍ରହଣ
ଆଜିର ଖବର

ବିଏସଏନଏଲ ଓଡିଶା ପରିମଣ୍ତଳର ନୂତନ ମୂଖ୍ୟ ମହାପ୍ରବନ୍ଧକ ଭାବେ ଦୁଷ୍ମନ୍ତ କୁମାର ବେହେରାଙ୍କ ଦାୟିତ୍ୱ ଗ୍ରହଣ

May 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତୀୟ ଦୂରସଞ୍ଚାର ସେବା, (ଆଇଟିଏସ୍),୧୯୯୦ ବ୍ୟାଚର ଅଭିଜ୍ଞ ଅଧିକାରୀ ଦୁଷ୍ମନ୍ତ କୁମାର ବେହେରା ବିଏସଏନଏଲ ଓଡ଼ିଶା ଦୂରସଞ୍ଚାର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦୂରସଞ୍ଚାର କ୍ଷେତ୍ରରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଉତ୍ସର୍ଗୀକୃତ ସେବା ସହିତ, ଶ୍ରୀ ବେହେରାଙ୍କ ଅଭିଜ୍ଞତା, ବୈଷୟିକ ବିଶେଷଜ୍ଞତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଗାମୀ ଦିନରେ ଓଡ଼ିଶାରେ ଦୂରସଞ୍ଚାର ସେବାକୁ ଅଧିକ ଲୋକାଭିମୁଖୀ କରିବ। ମୟୂରଭଞ୍ଜ ଜିଲ୍ଲା ମୂଳ ନିବାସୀ ଶ୍ରୀ ବେହେରା ୧୯୯୦ ମସିହାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିଏସଏସୟୁଟି) ବୁର୍ଲାରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂ ହାସଲ କରିବା ସହ ଆଇଆଇଟି ଦିଲ୍ଲୀରୁ ଏମ୍‌.ଟେକ୍‌ ପରେ ଦୂରସଞ୍ଚାର ବିଭାଗ ସହିତ ତାଙ୍କର ବୃତ୍ତିଗତ ଯାତ୍ରା ଆରମ୍ଭ କରିଥିଲେ। ସେବେଠାରୁ ସେ ଦୂରସଞ୍ଚାର ବିଭାଗର ବିଭିନ୍ନ ପଦ ପଦବୀରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି।

୧୯୯୪ ରୁ ୨୦୦୦ ମସିହା ମଧ୍ୟରେ ଶ୍ରୀ ବେହେରା ବମ୍ବେ-କୋଲକାତା ଅପ୍ଟିକାଲ୍ ଫାଇବର୍ କେବୁଲ୍ ଲିଙ୍କ୍ ପ୍ରକଳ୍ପରେ ଡିଭିଜନାଲ୍ ଇଂଜିନିୟର ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ପ୍ରକଳ୍ପ ଆତ୍ମନିର୍ଭର ଭାରତ ଏବଂ ଜାତୀୟ ଟେଲିକମ୍ ଭିତ୍ତିଭୂମିର ଏକ ମାଇଲ ଖୁଣ୍ଟ। ଜିଏମଟିଡି କଟକ ଏବଂ ଜିଏମଟିଡି ଭୁବନେଶ୍ୱର ଭାବରେ କାର୍ଯ୍ୟକରିଥିବା ଶ୍ରୀ ବେହେରା ଗ୍ରାମୀଣ ଏବଂ ଅପହଞ୍ଚ ଅଞ୍ଚଳରେ ଦୂରସଞ୍ଚାର ସେବାର ପ୍ରସାର ପାଇଁ ଦୃଢ ପ୍ରତିବଦ୍ଧ ଅଟନ୍ତି। ତାଙ୍କର ପ୍ରୟାସ ବିଭିନ୍ନ ଅଞ୍ଚଳର ଆଭ୍ୟନ୍ତରୀଣ ଦୂରସଞ୍ଚାର ସେବା ଉନ୍ନତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହାଦ୍ଵାରା ଡିଜିଟାଲ୍ ବିଭାଜନକୁ ଦୂର କରାଯାଇପାରିଛି। ସେ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ୪ଜି ସାଚୁରେସନ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ଯାହାର ଲକ୍ଷ୍ୟ ଅପହଞ୍ଚ ଗ୍ରାମଗୁଡ଼ିକୁ ନିର୍ବିଘ୍ନ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ପ୍ରଦାନ କରିବା। ତାଙ୍କ ତତ୍ତ୍ୱାବଧାନରେ ଆଜି ସୁଦ୍ଧା ପ୍ରାୟ ୧୦୦୦ ମୋବାଇଲ୍ ଟାଓ୍ୱର ସଫଳତା ପୂର୍ବକ ସ୍ଥାପନା କରାଯ଼ାଇ ପାରିଛି।

ଏଣ୍ଟରପ୍ରାଇଜ୍ ବ୍ୟବସାୟ (ଇବି) କ୍ଷେତ୍ରରେ ଶ୍ରୀ ବେହେରା ସରକାରୀ, ବେସରକାରୀ ତଥା ବିଭିନ୍ନ ସାର୍ବଜନୀନ କ୍ଷେତ୍ର ଏବଂ ବିଶ୍ୱବିଦ୍ୟାଳୟ ସମେତ ଶିକ୍ଷାନୁଷ୍ଠାନ ପାଇଁ ଉପଯୁକ୍ତ ଦୂରସଞ୍ଚାର ସମାଧାନ ଓ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କର ରଣନୀତିକ ଆଭିମୁଖ୍ୟ ବିଏସଏନଏଲ୍ ଓଡ଼ିଶାକୁ ପ୍ରତିଯୋଗିତାମୂଳକ ଏଣ୍ଟରପ୍ରାଇଜ୍ ବଜାରରେ ଏହାର ଆଧିପତ୍ୟ ବିସ୍ତାର କରିବାରେ ସାହାଯ୍ୟ କରିବ।

ବିଏସଏନଏଲ ଓଡ଼ିଶା ମଣ୍ଡଳର ନେତୃତ୍ୱ ନେବା ପରେ ଶ୍ରୀ ବେହେରା ସର୍କଲକୁ ଅଧିକ ଦକ୍ଷତା, ନବସୃଜନ ଏବଂ ଗ୍ରାହକ-କୈନ୍ଦ୍ରିକ ସେବା ପ୍ରଦାନ ଦିଗରେ ଆଗେଇ ନେବେ ବୋଲି ଆଶା ପୋଷଣ କରିଛନ୍ତି। ତାଙ୍କର ଦୃଷ୍ଟିକୋଣରେ ଉନ୍ନତ ଗ୍ରାମୀଣ ଦୂରସଞ୍ଚାର ସଂପ୍ରସାରଣ, ଉନ୍ନତମାନର ସେବା ଏବଂ ରାଜ୍ୟର ବଢୁଥିବା ଦୂରସଞ୍ଚାର ଚାହିଦା ପୂରଣ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଅନ୍ତର୍ଭୁକ୍ତ।

ବିଏସଏନଏଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.