ୱାଶିଂଟନର ୟହୁଦୀ ସଂଗ୍ରହାଳୟ ବାହାରେ ଭୀଷଣ ଗୁଳିଚାଳନା, ୨ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ

Published: May 22, 2025, 11:30 am IST

ନୁଆଦିଲ୍ଲି: ଆମେରିକାର ୱାଶିଂଟନ ଡିସିରେ ଦୁଇଜଣ ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରାଯାଇଛି। ୱାଶିଂଟନ ଡିସିରେ ଥିବା ୟହୂଦୀ ସଂଗ୍ରହାଳୟ ବାହାରେ ଭୀଷଣ ଗୁଳିକାଣ୍ଡ ଘଟିଛି। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଗିରଫଦାରୀ ସମୟରେ ସେ ପାଲେଷ୍ଟାଇନ ପାଇଁ ସ୍ଲୋଗାନ ଦେଇଥିଲେ। ଏହି ପ୍ରସଙ୍ଗରେ ଇସ୍ରାଏଲୀ ଦୂତାବାସ ପ୍ରତିକ୍ରିୟା ଦେଇଛି। ତାଙ୍କ କହିବା ଅନୁଯାୟୀ, ଗୁଳିକାଣ୍ଡରେ ଦୁଇ ଜଣ ଦୂତାବାସ ଅଧିକାରୀ ପ୍ରାଣ ହରାଇଛନ୍ତି।

ଏହି ଘଟଣାଟି ରାତି ପ୍ରାୟ ୯.୧୫ ସମୟରେ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଆକ୍ରମଣରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆକ୍ରମଣରେ ମୃତ୍ୟୁବରଣ କରିଥିବା ଉଭୟ ବ୍ୟକ୍ତି ଇସ୍ରାଏଲୀ କୂଟନୀତିଜ୍ଞ ଥିଲେ।

Related posts