Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

May 22, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ଡ.ହାରିବାବୁ କମ୍ଭମ ପାଟି ଆଜି ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସମୀକ୍ଷା କରି ଜିଲ୍ଲାକୁ ଦୃତ ଶିଳ୍ପାୟନରେ ବିକାଶ କରାଇ ନିଯୁକ୍ତି ଓ ଆର୍ଥିକ ମାନଦଣ୍ଡ ସୁଦୃଢ କରିବାକୁ ଆହ୍ଵାନ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ଶିଳ୍ପର ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନିଆଯାଇଥିବା ଜାଣି ଖୁସି ବ୍ୟକ୍ତ କରିବାସହ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ।

ଉକ୍ତ ବୈଠକରେ ଓଡ଼ିଶାର ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ଵୀରାଜ୍ ହରିଚନ୍ଦନ, ବିଧାୟକ ଭୁବନେଶ୍ୱର ଏକ୍ରାମ ବାବୁ ସିଂହ, ଖୋର୍ଦ୍ଦା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ମାନ୍ୟବର ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ ବି ଏସ ରାଜପୁତ, ଜିଲ୍ଲାପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ଉପଜିଲ୍ଲାପାଳ, ଭୁବନେଶ୍ୱର ଡ.ମନୋରଞ୍ଜନ ସାହୁ , ମହାମାନ୍ୟ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ। ମହାମାନ୍ୟ ରାଜ୍ୟପାଳ ପହଞ୍ଚିଲା ପରେ ପୋଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ଦିଯାଇଥିଲା।

ସମ୍ମିଳନୀ କକ୍ଷରେ ଜାତୀୟ ସଙ୍ଗୀତ ବାଦ୍ୟ ଯନ୍ତ୍ରରେ ମହାମାନ୍ୟ ରାଜ୍ୟ ପାଳଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାପାଳ ଚଞ୍ଚଳ ରାଣା ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମହାମାନ୍ୟ ରାଜ୍ୟପାଳଙ୍କୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ପରେ ପାୱାର ପଏଣ୍ଟ ଉପକରଣ ରେ ଭୁବନେଶ୍ୱର ରାଜଧାନୀ ନଗର ର ଆଇନ ଶୃଙ୍ଖଳା ପରିସ୍ଥିତି ଓ ସେବା ଉପରେ ରାଜ୍ୟପାଳଙ୍କୁ ଅବଗତ କରାଯିବା ସହ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଶାଗାରିକା ନାଥ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ପୋରାଞ୍ଚଳ, ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ସଂପୃକ୍ତ ଅଞ୍ଚଳ ଗୁଡ଼ିକର ଆଇନଶୃଙ୍ଖଳା ପରିସ୍ଥିତି ଓ ସେବା ସମ୍ବନ୍ଧରେ ମହାମାନ୍ୟ ରାଜ୍ୟ ପାଳଙ୍କୁ ଅବଗତ କରାଇଥିଲେ।

ରାଜ୍ୟ ରାଜଧାନୀ ଭୁବନେଶ୍ଵର ଖୋର୍ଦ୍ଧା ଜିଲ୍ଲା ମଧ୍ୟରେ ଯାଉଥିବାରୁ ଖୋର୍ଦ୍ଧା ଓ ଭୁବନେଶ୍ୱରର ଆଇନ ଶୃଙ୍ଖଳା ସେବା କଡାକଡି ରଖାଯିବା ଉପରେ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ପରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଖୋର୍ଦ୍ଧା ପ୍ରଧାନମନ୍ତ୍ରୀ ଆବାସ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଯୋଜନା ଅଗ୍ରଗତି ରୂପରେଖ ସମ୍ପର୍କରେ ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ସ୍ବଚ୍ଛତା ଓ ପ୍ରକୃତ ହିତାଧିକାରୀଙ୍କୁ ଗୃହ ପ୍ରଦାନ କରାଯିବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରିବାସହ ବ୍ଲକ୍ ୱାରି ଓ ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ ପରିଷଦ ୱାରୀ ଅଗ୍ରଗତି ଉପରେ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ ଗୃହକାର୍ଯ୍ୟ ସମ୍ପନ୍ନ ହେବା ଦ୍ବାରା ବୋନସ ରାଶି ପ୍ରଦାନ ଉପରେ ସମୀକ୍ଷା କରିଥିଲେ।

ସେହିପରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଅଗ୍ର ଗତି, ଶିକ୍ଷା ନୁଷ୍ଠାନ ଗୁଡିକରେ ଶିକ୍ଷକ ନିଯୁକ୍ତି ଏବଂ ଖାଲି ଥିବା ପଦବୀ ପୂରଣ କରି ପିଲାଙ୍କ ଶିକ୍ଷା ସେବାକୁ ତ୍ୱରାନ୍ୱିତ କରିବା, ଆଦର୍ଶ ବିଦ୍ୟାଳୟ ଶିକ୍ଷା ନୁଷ୍ଠାନର ଉନ୍ନତି କରଣ, ପ୍ରଧାନମନ୍ତ୍ରୀ କୃଷକ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସ୍ୱାସ୍ଥ୍ୟ ସେବା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ବନ୍ୟଜନ୍ତୁ ଜଙ୍ଗଲ ସଂରକ୍ଷଣ, ଝଡ଼ ବର୍ଷା ରେ ବିଜୁଳି ଜନିତ ମୃତ୍ୟୁ ସହାୟତରାଶି ପ୍ରଦାନ, ଫସଲ କ୍ଷୟକ୍ଷତି ଆକଳନ ଓ ସହାୟତା ରାଶି ପ୍ରଦାନ, ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ପି ଏମ ଇ ଜି ପି) ଯୋଜନା ସୁଫଳ, ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପର ବିକାଶ ଓ ଅଗ୍ରଗତି, ଇଡକୋ ଅଧୀନ ବୃହତ ଶିଳ୍ପ ଯୋଜନା ଅଗ୍ରଗତି, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ଜାତୀୟ ସାମାଜିକ ନିରାପତ୍ତା ଯୋଜନା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ପାଇପ ଜଳ ଯୋଗାଣ, ୱାଟକୋ ଯୋଜନା ଅଗ୍ରଗତି, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଅଗ୍ରଗତି, ପୂର୍ତ୍ତ ବିଭାଗ ଅଧୀନ ସଡ଼କ ପଥ କାର୍ଯ୍ୟ ନିର୍ମାଣ, ମରାମତି ଆଦି ଗୁରୁତ୍ଵ ପୂର୍ଣ୍ଣ ଅଗ୍ରଣୀ ଯୋଜନା ଗୁଡିକ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

ପରେ ମହାମାନ୍ୟ ରାଜ୍ୟପାଳ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି ଅପରାହ୍ନରେ ସିଭିଲ ସୋସାଇଟି ମାନ୍ୟଗଣ୍ୟ ବ୍ୟକ୍ତି, ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା, ମୁଦ୍ରା ଯୋଜନା ରେ ସାମିଲ ଓ ସଫଳ ହିତାଧିକାରୀ ମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରି ସେମାନକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବହୁଳ ଭାବରେ ଉନ୍ନତିର ରାସ୍ତା ଦେଖାଇ ଥିବାରୁ ଖୁସି ବ୍ୟକ୍ତ କରିଥିଲେ।  ସେହିପରି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ର ବ୍ୟାପକ ପ୍ରଚାର ପ୍ରସାର ଏବଂ ବେକାର ଯୁବକ ଯୁବତୀଙ୍କୁ ଋଣ ସହାୟତା ପ୍ରଦାନ କରିବା ଏବଂ ବ୍ୟାଙ୍କ୍ ଅଧିକାରୀମାନେ ସର୍ଭେ କରି ଋଣ ମେଳା ଆୟୋଜନ ଦିଗରେ ପଦକ୍ଷେପ ନେବାକୁ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଓ ସମସ୍ତ ବ୍ୟାଙ୍କ ପରିଚାଳକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁସୂଚିତ ଜାତି ଓ ଜନନଜାତିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ସାମିଲ କରାଇ ସେମାନଙ୍କ ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ମହାମାନ୍ୟ ରାଜ୍ୟ ପାଳ ଡ. ହରିବାବୁ କମ୍ଭମ୍ ପାଟି ଖୋର୍ଦ୍ଧା ପୌରାଞ୍ଚଳ ଅଧୀନ ୪ ନମ୍ବର ୱାର୍ଡ ର ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ରେ ଗୃହ ନିର୍ମାଣ କରିଥିବା ହିତାଧିକାରୀ ଲିଙ୍କି ସେନାପତି ଏବଂ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ସାମିଲ ହୋଇ ଗୃହ ନିର୍ମାଣ କରିଥିବା ଖୋର୍ଦ୍ଧା ବ୍ଲକ୍ ବରସାହି ଗ୍ରାମ ପଞ୍ଚାୟତ ଅଧୀନ କୁମ୍ଭିଲ ମୌଜାର ହିତାଧିକାରୀ ଶ୍ରୀମତୀ ସୁରମା ସାହୁ ଏବଂ ଶ୍ରୀମତୀ ସୁବାସିନି ସାହୁଙ୍କ ଗୃହ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ।

ସମୀକ୍ଷା ବୈଠକରେ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ବରିଷ୍ଠ ଯନ୍ତ୍ରୀ, ଡେପୁଟି କଲେକ୍ଟର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025

ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ

December 21, 2025
Latest News

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

December 21, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025

ତୃତୀୟ ଆଶେସ୍ ଟେଷ୍ଟ ପରେ ବହୁତ ବଦଳିଲା WTC ପଏଣ୍ଟ ଟେବୁଲ: ବିପଦପୂର୍ଣ୍ଣ ସ୍ଥିତିରେ ଟିମ୍ ଇଣ୍ଡିଆ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.