Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନଲାଇନ ଗେମରେ କ୍ରିକେଟ ବେଟିଂ: ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ
ଆଜିର ଖବର

ଅନଲାଇନ ଗେମରେ କ୍ରିକେଟ ବେଟିଂ: ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ

May 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ରାଇମବ୍ରାଞ୍ଚ
ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

ଭୁବନେଶ୍ଵର: ଅନଲାଇନ ଗେମରେ କ୍ରିକେଟ ବେଟିଂ ମାଧ୍ୟମରେ ୧ କୋଟି ୮ ଲକ୍ଷ ଟଙ୍କା ଠକାମି କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ଦୁଇଜଣଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି, ପଶ୍ଚିମବଙ୍ଗର ବାସିନ୍ଦା ଏସ୍.କେ. ୱାସିଉଲ୍ ଇସଲାମ୍ ଓରଫ ରୋହନ୍ ଏବଂ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ଜ୍ୟୋତି ପ୍ରକାଶ ପଲ୍ଲାଇ। ପୋଲିସ ଅଭିଯୁକ୍ତଙ୍କ ଠାରୁ ପାସବୁକ୍, ଚେକ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, GST ସାର୍ଟିଫିକେଟ୍, ଆଧାର ଏବଂ ପାନ କାର୍ଡ ଜବତ କରିଛି। ଏହା ସହ ଉଭୟ ଅଭିଯୁକ୍ତଙ୍କ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଛି।

ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳର ଜଣେ ବ୍ୟକ୍ତି ଅନଲାଇନ ଗେମରେ କ୍ରିକେଟ ବେଟିଂ ମାଧ୍ୟମରେ ୧ କୋଟି ୮ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ସଂକ୍ରାନ୍ତରେ ସାଇବର ଥାନାରେ ଅଭିଯୋଗ ହୋଇଥିଲା।

ପ୍ରାରମ୍ଭରେ ସାଇବର ଅପରାଧୀମାନେ ତାଙ୍କୁ ଅନଲାଇନ କ୍ରିକେଟ୍ ବେଟିଂର ଦୁଇଟି ୱେବସାଇଟ୍ ଲିଙ୍କ୍ ସେୟାର କରିଥିଲେ।Www.dream444.com ଏବଂ www.dream666.com ଆଇଡି ବ୍ୟବହାର କରି  କ୍ରିକେଟ୍ ବେଟିଂ ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ଉପରୋକ୍ତ ଦୁଇ ସାଇବର ଅପରାଧୀ ପ୍ରଲୋଭିତ କରିଥିଲେ।

ସେହି ଅନୁଯାୟୀ ବ୍ୟକ୍ତି ଜଣକ ପ୍ରଥମେ ଅଳ୍ପ କିଛି ଟଙ୍କା ବିନିଯୋଗ କରିଥିଲେ। ଅନ୍ୟ ପକ୍ଷରେ ଅପରାଧୀ ମାନେ ମଧ୍ୟ ତାଙ୍କୁ କିଛି କିଛି ଟଙ୍କା ଫେରସ୍ତ କରିଥିଲେ। ଯାହା ଫଳରେ ଟଙ୍କା ଫେରସ୍ତ ପାଇବାକୁ ତାଙ୍କର ବିଶ୍ୱାସ ସୃଷ୍ଟି ହୋଇଥିଲା। ଅଭିଯୋଗକାରୀ ଜଣକ ତାଙ୍କ ପତ୍ନୀ, ବନ୍ଧୁ ଏବଂ କର୍ମଚାରୀଙ୍କ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ୧.୦୮ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ଅନ୍ୟପକ୍ଷରେ ସାଇବର ଅପରାଧୀମାନେ ତାଙ୍କୁ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ।

ଅଗଷ୍ଟ ୨୦୨୨ ରୁ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ୱେବସାଇଟ ମାଧ୍ୟମରେ ସେ ଉପରୋକ୍ତ ପରିମାଣର ଟଙ୍କା ଜମା କରିଥିଲେ।

ତେବେ ଦିନ ଗଡ଼ିବା ସତ୍ତ୍ୱେ ଟଙ୍କା ଫେରସ୍ତ ନ ପାଇବାରୁ ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଅନଲାଇନ ଗେମ ଦୁଇ ଅଭିଯୁକ୍ତ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୬ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ, ପେପରଲେସ୍‌ ହେବ ସରକାରୀ କାର୍ଯ୍ୟାଳୟ

August 12, 2026

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO

August 12, 2026

Urdu Poets’ Conference: ଭୁବନେଶ୍ବରରେ ଆୟୋଜିତ ହେଲା ଉର୍ଦ୍ଦୁ କବି ସମ୍ମିଳନୀ

August 12, 2026
Latest News

ଗ୍ରାମୀଣ ଜ୍ଞାନ ସେତୁ ଆପର ଶୁଭାରମ୍ଭ କଲେ ଅମିତ ଶାହ

August 12, 2026

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

August 12, 2026

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026

ବେଲୁଚିସ୍ତାନରେ ପାକିସ୍ତାନୀ ସେନାର ନରସଂହାର: ୯ ଶିଶୁ ଓ ୭ ମହିଳାଙ୍କ ସମେତ ୨୮ ମୃତ

August 12, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୬ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ, ପେପରଲେସ୍‌ ହେବ ସରକାରୀ କାର୍ଯ୍ୟାଳୟ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.