Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ପ୍ରସଙ୍ଗ : ଆମେରିକା ବିଦେଶ ମନ୍ତ୍ରାଳୟ ମଧ୍ୟ କାଶ୍ମୀର ପ୍ରସଙ୍ଗକୁ ଦ୍ବିପାକ୍ଷିକ ଦର୍ଶାଇଲେ
ଆଜିର ଖବର

ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ପ୍ରସଙ୍ଗ : ଆମେରିକା ବିଦେଶ ମନ୍ତ୍ରାଳୟ ମଧ୍ୟ କାଶ୍ମୀର ପ୍ରସଙ୍ଗକୁ ଦ୍ବିପାକ୍ଷିକ ଦର୍ଶାଇଲେ

July 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥି ଦାବିକୁ  ନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ଖାରଜ କରିଛି । ବିଦେଶ ମନ୍ତ୍ରାଳୟ ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛି, ସେଭଳି କିଛି ଅନୁରୋଧ କରାଯାଇ ନଥିଲା । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ଆମେ ଆମେରିକା ରାଷ୍ଟ୍ରପତିଙ୍କର ପ୍ରେସରେ ଦିଆଯାଇଥିବା ବୟାନ ଦେଖିଛୁ, ଯେଉଁଥିରେ ସେ କହିଥିଲେ ଯେ, ଯଦି ଭାରତ ଓ ପାକିସ୍ତାନ ଦ୍ୱାରା ଅନୁରୋଧ କରାଯାଏ, ସେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତିଙ୍କୁ ଏଭଳି ଅନୁରୋଧ କରି ନଥିଲେ । ସେ କହିଥିଲେ, ଭାରତ ଚାହୁଁଛି ପାକିସ୍ତାନ ସହିତ ସବୁ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେଉ । ପାକିସ୍ତାନ ସର୍ବପ୍ରଥମେ ସୀମାରେ ଆତଙ୍କବାଦ ଶେଷ କରୁ । କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ୍‌ ମଧ୍ୟସ୍ଥତାକୁ ନେଇ ଆମେରିକାର ବିଦେଶ ମନ୍ତ୍ରାଳୟ ମଧ୍ୟ ଏକ ବୟାନ ଜାରି କରି ଏହି ପ୍ରସଙ୍ଗକୁ ଦ୍ବିପାକ୍ଷିକ ବିଷୟ ବୋଲି କହିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପୋଓ କହିଛନ୍ତି ଯେ, କାଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ବିପାକ୍ଷିକ ବିଷୟ । ଭାରତ ଓ ପାକିସ୍ତାନ ଏହା ଉପରେ ଚର୍ଚ୍ଚା କରିବା ଉଚିତ୍‌ । ଭାରତ ଓ ପାକିସ୍ତାନ ମିଳିତ ଭାବରେ ଏହି ବିଷୟକୁ ବୁଝିବା ଦରକାର । ଏଥିନିମେନ୍ତ ଆମେରିକା ସାହାଯ୍ୟ ପାଇଁ ପ୍ରସ୍ତୁତ ବୋଲଇ କହିଛନ୍ତି । ଗତକାଲି ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ବୟାନ୍‌ ପରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026
Latest News

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026

ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜିର ୫୦% ଆବଣ୍ଟନ: ପ୍ରବାସୀ ଶ୍ରମିକଙ୍କୁ ପ୍ରାଥମିକତା

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.