ଆମ୍ରପଲ୍ଲୀ ଗ୍ରୁପ୍‌ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି : ଅର୍ଦ୍ଧ ନିର୍ମିତ ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କରିବ ଏନବିସିସି

Published: Jul 23, 2019, 12:30 pm IST

ଆମ୍ରପଲ୍ଲୀ ଗ୍ରୁପ୍‌ ମାମଲାରେ ସୁପ୍ରିମ୍‌କୋର୍ଟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୀର୍ଷ ଅଦାଲତଙ୍କ ଆଦେଶ ଅନୁସାରେ ଆମ୍ରପଲ୍ଲୀ ପ୍ରୋଜେକ୍ଟସରେ ଘର କିଣିଥିବା କ୍ରେତାଙ୍କୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏନବିବିସିକୁ ଅଧା ରହିଥିବା ଫ୍ଲାଟ ନିର୍ମାଣ କରିବା ପାଇଁ କହିଛନ୍ତି। ଏହାସହ ଆମ୍ରପଲ୍ଲୀ ମାଲିକଙ୍କ ବିରୋଧରେ ଇଡିକୁ ମନି ଲଣ୍ଡରିଂ ମାମଲାରେ ଯାଂଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମେ ୧୦ରେ କୋର୍ଟ ଏହି ମାମଲାର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ। କୋର୍ଟଙ୍କ ନିଷ୍ପତ୍ତି ଉପରେ ଆମ୍ରପଲ୍ଲୀର ହଜାରରୁ ଅଧିକ କ୍ରେତାଙ୍କ ନଜର ରହିଥିଲା। ଏହି କ୍ରେତାମାନେ ଟଙ୍କା ଦେବା ପରେ ମଧ୍ୟ ଫ୍ଲାଟ ପାଇନଥିଲେ। ବର୍ଷବର୍ଷ ଧରି ଟଙ୍କା ଦେଇଥିବା ବ୍ୟକ୍ତିମାନେ ହଇରାଣ ହେଉଥିଲେ। ଏହାପରେ ସୁପ୍ରିମକୋର୍ଟ କଠୋର ହେବା ସହ ଏହାର ଡାଇରେକ୍ଟରଙ୍କ ସମ୍ପତି ଜବତ କରିବାକୁ କହିଥିଲେ। ବର୍ତ୍ତମାନ ଏହାର ସିଏମଡି ସମେତ ଅନେକ ବ୍ୟକ୍ତି ଗିରଫ ହୋଇ ଜେଲରେ ଅଛନ୍ତି। ତେବେ ଏହି ମାମଲରେ ସୁପ୍ରିମକୋର୍ଟ ସରକାରୀ କମ୍ପାନୀ ଏନବିସିସିକୁ ଅର୍ଧ ନିର୍ମିତ ଫ୍ଲାଟ କାମ ସଂପୂର୍ଣ୍ଣ କରିବାକୁ ଆଦେଶ ଦେଇଛନ୍ତି। ଏହି ନିଷ୍ପତିରେ ୪୨ହଜାରରୁ ଅଧିକ ଘର କିଣିଥିବା ବ୍ୟକ୍ତିଙ୍କୁ ଆଶ୍ୱସ୍ତି ମିଳିଛି।

Related posts