
ରଣପୁର: ରଣପୁର ତାଲୁକ୍ ଲିଗାଲ ସର୍ଭିସ୍ କମିଟି, ରଣପୁର ପକ୍ଷରୁ ଗୁରୁବାର ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରଣପୁର କୋର୍ଟର ପ୍ରଥମ ଶ୍ରେଣୀ ବିଚାରପତି ପୁଣ୍ୟଶ୍ଲୋକ୍ ଦାଶ, ରଣପୁର ବାର ଆସୋସିଏସନ୍ ର ଆଇନ୍ ଜିବି ସୁବାଷ ଚନ୍ଦ୍ର ଜେନା, ଶ୍ରୀକାନ୍ତ କୁମାର ସାହୁ, କୃପାସିନ୍ଧୁ ବେହେରା, ଶତୃଘ୍ନ ପାଇକରାୟ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭା ଆରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପୋଷ୍ଟର ତିଆରି କାର୍ଯ୍ୟକ୍ରମର ପ୍ରତିଯୋଗିତା କରାଯାଇଥିଲା। ରଣପୁର ବନବିଭାଗ ମଧ୍ୟ ଏହି ଆଇନ ସଚେତନା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।