ଗୃହ ମନ୍ତ୍ରାଳୟ ଦେଶର କେତେକ ବଡ଼ ବଡ଼ ନେତାଙ୍କ ସୁରକ୍ଷା ହ୍ରାସ କରିଛନ୍ତି । ଏହି କ୍ରମରେ ରହିଛନ୍ତି ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ବରିଷ୍ଠ ନେତା ରହିଛନ୍ତି । ସମ୍ପୃକ୍ତ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଏକ ସମୀକ୍ଷା ବୈଠକ ପରେ ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଲାଲୁଙ୍କ ବ୍ୟତୀତ ବିଏସପି ସାଂସଦ ସତୀଶ ଚନ୍ଦ୍ର ମିଶ୍ରା, ଉତ୍ତରପ୍ରଦେଶ ବିଜେପି ନେତା ସଂଗୀତା ସୋମ, ବିଜେପି ସାଂସଦ ରାଜୀବ ପ୍ରତାପ ରୁଡିଙ୍କ ସୁରକ୍ଷାରେ ହ୍ରାସ କରାଯାଇଛି। ସେହିପରି ଉତ୍ତରପ୍ରଦେଶ ସରକାରର ମନ୍ତ୍ରୀ ସୁରେଶ ରାଣା ଏବଂ ଏଲପିଜି ସାଂସଦ ଚିରାକ ପାସୱାନ, ପୂର୍ବତନ ସାଂସଦ ପପୁ ଯାଦବଙ୍କ ସୁରକ୍ଷା ମଧ୍ୟ ହ୍ରାସ କରାଯାଇଛି। ଏହି ତାଲିକାରେ ପଞ୍ଜାବ କେସରୀର ସମ୍ପାଦକ ଏକେ ମିନ୍ହା ଏବଂ ଝାଡ଼ଖଣ୍ଡରେ ଜେଭିଏମ ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି ।
Tags: