ଅନୁଗୁଳ ମେଡ଼ିକାଲ ଶବଗୃହରୁ ପୁଣି ଶବରୁ ଆଖି ଗାଏବ ଥିବା ଘଟଣାର ତଦନ୍ତ ଦାବି କରଛି ବିଜେପି। ଏହିପରି ନିନ୍ଦନୀୟ ଘଟଣାକୁ ବିରୋଧ କରି ଜିଲ୍ଲା ବିଜେପି ଆସନ୍ତାକାଲି ୧୨ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି। ନିକଟରେ ୪ବର୍ଷ ଝିଅର ଅନୁଗୁଳ ମେଡ଼ିକାଲରେ ଆଖି ତାଡ଼ି ନେଇଥିଲେ। ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ଜଣେ ବ୍ୟକ୍ତିଙ୍କର ଆଖି ଗାଏବ ହୋଇଥିବା ଦେଖିବାକୁ ମିଳିଥିଲା। ଏପରି ଘଟଣା ବାରମ୍ବାର ଘଟୁଥିବା ହେତୁ ବିଜେପି ପକ୍ଷରୁ ଅନୁଗୁଳ ଚିକିତ୍ସାଳୟକୁ କଡ଼ା ସମାଲୋଚନା କରାଯାଇଛି। ଏହା ସହ ଜିଲ୍ଲା ବିଜେପି ଲଗାତାର ଶବଗୃହରୁ ଏହି ଆଖି ଗାଏବ ଘଟଣାର ତଦନ୍ତ ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଗତକାଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ଅନୁଗୁଳ ମେଡ଼ିକାଲ ଅଣାଯାଇ ମର୍ଗରେ ରଖାଯାଇଥିଲା। ଆଜି ସକାଳେ ଶବକୁ ପୋର୍ଷ୍ଟମର୍ଟମ ପାଇଁ ନିଆଯିବା ବେଳେ ଶବରୁ ଆଖି ଗାଏବ ଥିବା ଦେଖିବାକୁ ମିଳିଥିଲା।
Tags: