
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଗୁରୁବାର ବିଳମ୍ବିତ ରାତିରେ ଜାରି ଏକ ବିବୃତ୍ତିରେ କହିଛି, “ଆମେ ଦୁଃଖର ସହିତ ଜଣାଇ ଦେଉଛୁ ଯେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏକମାତ୍ର ବଞ୍ଚିଥିବା ବ୍ୟକ୍ତି ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ଏବଂ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।”
ଏହା ବ୍ୟତୀତ ଦୁର୍ଘଟଣା ପରେ ବିମାନର ଏକ ବଡ଼ ଅଂଶ ନିକଟସ୍ଥ ସିଭିଲ୍ ହସ୍ପିଟାଲର ଡାକ୍ତର ହଷ୍ଟେଲରେ ପ୍ରବେଶ କରିଥିଲା, ଯାହା ଫଳରେ ସମଗ୍ର କୋଠା କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସ୍ଥଳରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି। ଅର୍ଥାତ୍, ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୬୫କୁ ବୃଦ୍ଧି ପାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଆହତଙ୍କୁ ଭେଟିଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ବିଶ୍ୱାସ କୁମାର ରମେଶଙ୍କୁ ମଧ୍ୟ ଭେଟିଛନ୍ତି। ସେ ଆହତମାନଙ୍କ ଅବସ୍ଥା ପଚାରିବା ପାଇଁ ସିଭିଲ୍ ହସ୍ପିଟାଲରେ ପ୍ରାୟ ୧୦ ମିନିଟ୍ ବିତାଇଛନ୍ତି।
ବିମାନ ଦୁର୍ଘଟଣା ସ୍ଥଳରେ NSG:
NSG ଦଳ ଗୁଜୁରାଟର ଅହମ୍ମଦାବାଦରେ ଏଆଇ-୧୭୧ ବିମାନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହେବ।