ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା -୨୦୨୫: ତୃତୀୟ ସନ୍ଧ୍ୟାରେ ପାଇକ ଆଖଡ଼ା ଏବଂ ଓଡ଼ିଆ ସାମାଜିକ ଚଳଚ୍ଚିତ୍ର

Published: Jun 15, 2025, 6:51 am IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳାର ତୃତୀୟ ଦିବସ ପାରମ୍ପାରିକ ରଜ ପର୍ବ ଶୁଭାରମ୍ଭ ସନ୍ଧ୍ୟାରେ ସୁନାମଧନ୍ୟ ପାରମ୍ପାରିକ ସାଂସ୍କୃତିକ ଅନୁଷ୍ଠାନ ବିଭୁ ପ୍ରସାଦ ବେହେରା ଓ ସାଥୀ କଳାକାରଙ୍କ ଦ୍ଵାରା ପାଇକ ଆଖଡ଼ା (ପାଇକ ବିଦ୍ରୋହ ସ୍ମୃତି) ସମର କଳା ପରିବେଷଣ ଏବଂ ବିଶିଷ୍ଟ ସଙ୍ଗୀତ ବିଶାରଦ ଜଳଧର ପ୍ରଧାନ ଓ ସାଥୀ କଳାକାରଙ୍କ ଦ୍ୱାରା ପୁରୁଣା ଓଡ଼ିଆ କାଳଜୟୀ ସୂମଧୁର ଚଳଚ୍ଚିତ୍ର ସଙ୍ଗୀତ ପରିବେଷଣ କରାଯାଇଥିଲା। ସେହିପରି ଓଡ଼ିଆ ଅସ୍ମିତାର ପରିଚୟ ତଥା ଓଡ଼ିଆ ଅସ୍ମିତା କୁ ବଜାୟ ରଖିବା ପାଇଁ ପୁରୁଣା ଚିତ୍ତାକର୍ଷକ ସାମାଜିକ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଏହି ଚଳଚ୍ଚିତ୍ରରେ ଓଡ଼ିଆ ଅସ୍ମିତା ର କିମ୍ବଦନ୍ତୀ ଏକାର୍ଣବର୍ତ୍ତି ପରିବାରର ମହତ୍ତ୍ଵ, ପିତାମାତା ଜନ୍ମଦାତ୍ରୀଙ୍କୁ ସମ୍ମାନ ପ୍ରଦର୍ଶନ, ସେମାନଙ୍କ ସ୍ବପ୍ନକୁ ସାକାର କରିବା, ଭାଇ, ଭାଇ, ଭାଇ ଓ ଭଉଣୀ ମଧ୍ୟରେ ସ୍ନେହଁ ଶ୍ରଦ୍ଧା ଅତୁଟ ବନ୍ଧନ, ଏକତା ହିଁ ବଳ ଅନେକ ସୂଚନା ଧର୍ମି ଏହି ଚଳଚ୍ଚିତ୍ରକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ। ଆଧୁନିକ ସଭ୍ୟତାରେ ଲୋକମାନେ କେତେକାଂଶରେ ବିପଥ ଗାମୀ ହେଉଥିବାବେଳେ ଏଭଳି ଚଳଚ୍ଚିତ୍ର ପ୍ରଦର୍ଶନ ସେମାନଙ୍କୁ ସଠିକ୍ ମାର୍ଗର ଦିଗଦର୍ଶନ ଦେବ ବୋଲି ମତ ପ୍ରକାଶ ପାଇଛି। ସେହିପରି ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ଷ୍ଟଲ ରେ ଦର୍ଶକ ମାନଙ୍କ ଦ୍ଵାରା ଖାଦ୍ୟ ଖିଆଜିବାର ଦେଖାଯାଇଥିଲା। ଓର୍ମାସ୍ ତରଫରୁ ବିଭିନ୍ନ ବିଭାଗୀୟ ୩୦ ଗୋଟି ଷ୍ଟଲ୍ ରେ ନୂତନ ସରକାରଙ୍କ ବର୍ଷ ଏକ …. ଉପଲବ୍ଧି ଅନେକର ସଫଳତା ପ୍ରଦର୍ଶନ କରାଯାଇଅଛି।

ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମରେ ଓର୍ମାଷ କର୍ମକର୍ତ୍ତା ହିମାଂଶୁ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ଯୋଗଦେଇଥିଲେ।

Related posts