ଆଜି ପ୍ରକାଶ ପାଇବ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଆରମ୍ଭ ହେଲାଣି ଭୋଟ ଗଣତି। ଏଠାକାର ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଥମ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୨୯୨୭ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୬୭୩୫ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୮୦୮ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୨୨୭ଟି ଭୋଟ୍ ମିଳିଛି ।