Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋପାଳପୁର ବେଳାଭୁମିରେ ଲଜ୍ଜାଜନକ ଘଟଣା, ଯୁବତୀଙ୍କୁ ଗଣଦୁଷ୍କର୍ମ କରି ୭ ଅଟକ, ୩ ଚମ୍ପଟ୍
ଆଜିର ଖବର

ଗୋପାଳପୁର ବେଳାଭୁମିରେ ଲଜ୍ଜାଜନକ ଘଟଣା, ଯୁବତୀଙ୍କୁ ଗଣଦୁଷ୍କର୍ମ କରି ୭ ଅଟକ, ୩ ଚମ୍ପଟ୍

June 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁରୁଷ ବନ୍ଧୁମାନଙ୍କ ସହ ଗୋପାଳପୁର ବେଳାଭୂମି ବୁଲି ଆସିଥିବା ଜନୈକା ଯୁବତୀକୁ କିଛି କାମାନ୍ଧ ଯୁବକ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିବା ଜଣାପଡ଼ିଛି।

ସୁଚନା ଅନୁଯାୟୀ, କୌଣସି ଏକ ଶିକ୍ଷାନୁଷ୍ଠାନର କିଛି ଛାତ୍ର ମିଶି ବେଳାଭୂମି ବୁଲିବାକୁ ଯାଇଥିଲେ। ଏହି ସମୟରେ ହିଞ୍ଜିଳିକାଟୁ ଅଞ୍ଚଳର କିଛି ଯୁବକ ମୋଟରସାଇକେଲରେ ଆସି ବେଳାଭୂମିର ନିର୍ଜ୍ଜନ ସ୍ଥାନକୁ ଯାଇ ମଦ୍ୟପାନ କରି ପାନ୍ଥନିବାସ ପଟେ ବୁଲିବାକୁ ଯାଇଥିଲେ ଓ ନିଜ ବନ୍ଧୁମାନଙ୍କ ଠାରୁ ଦୂରେ ବସିଥିବା ପୀଡିତା ଯୁବତୀକୁ ଅସାଦାଚରଣ କରିଥିଲେ।

ଏହି ଭଳି ପରିସ୍ଥିତିରେ ଯୁବତୀର ଜଣେ ପୁରୁଷ ବନ୍ଧୁ ଆସି ପ୍ରତିବାଦ କରିବାରୁ ମଦ୍ୟପ ଯୁବକ ମାନେ ଯୁବକକୁ ମାଡ଼ ମାରି ଯୁବତୀ ଜଣକୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ। ଘଟଣା ପରେ ପୀଡ଼ିତା ଜଣକ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତତ୍କାଳ ଜଣେ ଯୁବକକୁ କାବୁ କରି ଥାନାରେ ରଖି ଜେରା କରିବା ପରେ ଅନ୍ୟ ଯୁବକ ମାନଙ୍କ ବିଷୟରେ ପୋଲିସ ଜାଣି ପାରି ଆଉ ୬ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣିଥିଲେ। ଆହୁରି ୩ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି।

ପରବର୍ତ୍ତୀ ସମୟରେ ଖବର ପାଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଗୋପାଳପୁର ଥାନା ରେ ପହଞ୍ଚି ଘଟଣା ବିଷୟରେ ଅନୁଧ୍ୟାନ କରିଛନ୍ତି।

ଯୁବତୀଙ୍କୁ ଗଣଦୁଷ୍କର୍ମ ଲଜ୍ଜାଜନକ ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026
Latest News

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.