ଗତକାଲି କର୍ଣ୍ଣାଟକ ମହାନାଟକରେ ଯବନିକା ପଡିଛି । କୁମାରସ୍ବାମୀ ସରକାର ଆସ୍ଥା ଭୋଟ୍ରେ ହାରିବା ପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ତେବେ କର୍ଣ୍ଣାଟକରେ ମେଣ୍ଟ ସରକାର ଭାଙ୍ଗିବା ପରେ ରାହୁଲ୍ ଗାନ୍ଧି ବିଜେପିକୁ ଟାର୍ଗେଟ୍ କରିଛନ୍ତି । ରାହୁଲ୍ ଟୁଇଟର୍ରେ କହିଛନ୍ତି ଯେ, କର୍ଣ୍ଣାଟକରେ ପ୍ରଲୋଭନର ବିଜୟ ହୋଇଥିବାବେଳେ ସଚ୍ଚୋଟତା ଓ ଗଣତନ୍ତ୍ରର ପରାଜୟ ହୋଇଛି । ଆହୁରି ମଧ୍ୟ ରାହୁଲ୍ କହିଛନ୍ତି ଯେ, କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଗଢ଼ିବାର ପ୍ରଥମ ଦିନରୁ ଉଭୟ ବାହାର ଓ ଭିତରେ ବିଜେପି ଟାର୍ଗେଟ କରୁଥିଲା । ସେହିପରି କର୍ଣ୍ଣାଟକର ମେଣ୍ଟ ସରକାରର ପତନକୁ ମଧ୍ୟ ସହଜରେ ଗ୍ରହଣ କରିନାହାନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । କର୍ଣ୍ଣାଟକରେ ୧୪ ମାସର ଏଚ୍ଡି କୁମାରସ୍ବାମୀ ସରକାର ବହୁମତ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି । ଗତକାଲି ହୋଇଥିବା ଆସ୍ଥାଭୋଟ୍ରେ କୁମାରସ୍ବାମୀ ସରକାର ୯୯ଟି ଭୋଟ୍ ପାଇଥିବାବେଳେ ବିଜେପି ସପକ୍ଷରେ ୧୦୫ଜଣ ବିଧାୟକ ଭୋଟ ଦେଇଥିଲେ ।
କର୍ଣ୍ଣାଟକରେ ସଚ୍ଚୋଟତା ଓ ଗଣତନ୍ତ୍ରର ପରାଜୟ ହୋଇଛି – ରାହୁଲ୍ ଗାନ୍ଧି
Published:
Jul 24, 2019, 9:43 am IST
Tags: