ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ସପ୍ତମ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୧୩,୬୮୧ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୪୭, ୯୮୪ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୪, ୩୦୩ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୧୨୮୮ଟି ଭୋଟ୍ ମିଳିଛି । ଅଷ୍ଟମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ମହାପାତ୍ର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ପାଖାପାଖି ୨୦୦୦ ଭୋଟରେ ଅଧିକ ରହିଛନ୍ତି ।
Tags: