ସମୀକ୍ଷା ବ୍ୟୁରୋ
ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ବିଶ୍ବଭୂଷଣ ହରିଚନ୍ଦନ। ରାଜଭବନ ପରିସରରେ ଆୟୋଜିତ ଏକ ସମାରୋହରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ବିଚାରପତି ସି. ପ୍ରବୀଣ କୁମାର ବିଶ୍ବଭୂଷଣଙ୍କୁ ରାଜ୍ୟର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରାଇଛନ୍ତି। ଏହି ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନ ମୋହନ ରେଡ୍ଡି ଓ ତାଙ୍କ କ୍ୟାବିନେଟ୍ ଟିମ୍ ଉପସ୍ଥିତ ରହିଥିଲେ। ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ଆଜି ଦାୟିତ୍ବ ଗ୍ରହଣ କରୁଛନ୍ତି। ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ୫ଥର ବିଧାନସଭାକୁ ନିର୍ବାଚିତ ହୋଇ ଓଡ଼ିଶା ରାଜନୀତିରେ ଜଣେ ସକ୍ରିୟ ରାଜନେତା ଭାବେ ନିଜର ଅବଦାନ ରଖିଛନ୍ତି।
Tags: