ନିରଞ୍ଜନଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲେ ଜୟନାରାୟଣ ମିଶ୍ର

Published: Jul 24, 2019, 1:30 pm IST

ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାଁରେ  ଅଭିଯୋଗ ଆଣିଛି ମୁଖ୍ୟ ବିରୋଧୀ ଦଳ ବିଜେପି। ମନ୍ତ୍ରୀ ଗୃହରେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ତାଙ୍କ ବିରୋଧରେ ବିଧାୟକ ଜୟନାରାୟଣ ମିଶ୍ର ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି। ଜୟନାରାୟଣଙ୍କ ଅଭିଯୋଗ ଅନୁଯାୟୀ କେନ୍ଦୁଝର ବିଧାୟକ ମୋହନ ମାଝୀ ଅବକାରୀ ବିଭାଗକୁ ପଚାରିଥିବା ପ୍ରଶ୍ନରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଭୁଲ ଉତ୍ତର ରଖିଛନ୍ତି। ରାଜ୍ୟରେ ୨୦୦୬ରୁ ଗୋଟିଏ ହେଲେ ବି ମଦ ଦୋକାନ ଖୋଲି ନାହିଁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ରାଜ୍ୟରେ ୨୦୦୬ ପରଠାରୁ ଶହ ଶହ ମଦ ଦୋକାନ ଖୋଲିଛି। ଯଦି ସ୍ୱାଧିକାର ଭଙ୍ଗ କମିଟି ଚାହିଁବ ତାହା ହେଲେ ସେ ତଥ୍ୟ ସହିତ ପ୍ରମାଣ ଦେବେ ବୋଲି ନିରଞ୍ଜନ ପୂଜାରୀ କରିଛନ୍ତି।

Related posts