Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରାଟେ ବେଲ୍ଟ ଗ୍ରେଡିଂ କାର୍ଯ୍ୟକ୍ରମ: ଜାତୀୟ ସ୍ତରରେ ସ୍ଵର୍ଣ୍ଣ ପଦକଧାରୀଙ୍କୁ ସମ୍ମାନିତ କଲେ ଖୋର୍ଦ୍ଧା ଏସପି
ଆଜିର ଖବର

କରାଟେ ବେଲ୍ଟ ଗ୍ରେଡିଂ କାର୍ଯ୍ୟକ୍ରମ: ଜାତୀୟ ସ୍ତରରେ ସ୍ଵର୍ଣ୍ଣ ପଦକଧାରୀଙ୍କୁ ସମ୍ମାନିତ କଲେ ଖୋର୍ଦ୍ଧା ଏସପି

June 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଅପ ଏ ୱଇନ କରାଟେ ଏକାଡେମୀ ପକ୍ଷରୁ ଗୀତା ଭବନ ପରିସରରେ ଦ୍ୱାଦଶତମ କରାଟେ ବେଲ୍ଟ ଗ୍ରେଡିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଏକାଡେମୀ ପକ୍ଷରୁ ଗତ ବର୍ଷଠାରୁ ଟଙ୍ଗ-ଲି-,ମୁଡ ମାର୍ଶାଲ ଆର୍ଟ କୁ ସାମିଲ କରାଯାଇଛି। ଏହି ମାର୍ଶାଲ ଆର୍ଟ ରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀ ମାନେ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସ୍ଵର୍ଣ୍ଣ ପଦକ ହାସଲ କରି ଆଗାମୀ ନଭେମ୍ବର ମାସରେ କାମ୍ବୋଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି।

ଏହି କର୍ଯ୍ୟକ୍ରମରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଶାଲ ଆର୍ଟ ପ୍ରଶିକ୍ଷଣ ସମ୍ପର୍କରେ ଅନେକ ମୁଲ୍ୟବାନ ପରାମର୍ଶ ଦେଇଥିଲେ, ଯେହେତୁ ସେ ଜଣେ କରାଟେର ବ୍ଲାକ ବେଲ୍ଟ ଅଧିକରିଣୀ।

ଅନ୍ୟତମ ଅତିଥି ଭାବେ ରାଜ୍ୟ ପ୍ରସାସାନିକ ପ୍ରଶିକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ସୌମ୍ୟକାନ୍ତ ସୋମ୍ୟଦର୍ଶୀ ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧିବକ୍ତା ତଥା ଉତ୍କଳ ସମ୍ମିଳନୀର ସଭାପତି ଶକ୍ତି ଶଙ୍କର ମିଶ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।

ଏହି ଅବସରରେ ସାଗରିକା ନାଥ କରାଟେ ପ୍ରଶିକ୍ଷଣ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରିବା ସହ ଉତ୍ତୀର୍ଣ୍ଣ ହୋଇଥିବା ପାଞ୍ଚଜଣ ଛାତ୍ରଛାତ୍ରୀଙ୍କୁ ବ୍ଲାକ ବେଲ୍ଟ ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏହି କର୍ଯ୍ୟକ୍ରମ କୁ ଅପ ଏ ୱଇନ ର ନିର୍ଦ୍ଦେଶିକା ମୂର୍ଚ୍ଚନା ସୁବୁଦ୍ଧି ପରିଚାଳନା କରିଥିଲା ବେଳେ ପଶ୍ଚିମବଙ୍ଗରୁ ଆସିଥିବା ପରୀକ୍ଷା ଅଧିକ୍ଷକ ରାନା ଦେ, ଅଜିତ କୁମାର ପଲ ଓ ଭୁବନେଶ୍ଵରର ଲଲାଟେନ୍ଦୁ ପରିଜା ଓ ବଳରାମ ନାୟକ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

Nuapada Byelection: ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ନୂଆପଡା ଏନଏସିର ପୂର୍ବତନ ଅଧ୍ୟକ୍ଷ

October 10, 2025

ପାକିସ୍ତାନକୁ କ୍ଷେପଣାସ୍ତ୍ର ଯୋଗାଇବ ନାହିଁ ଆମେରିକା: ସ୍ପଷ୍ଟ ଭାବରେ ଖାରଜ କଲା ଯୁଦ୍ଧ ବିଭାଗ

October 10, 2025

ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର, ଭୁବନେଶ୍ଵର ସ୍ଥାନାନ୍ତର

October 10, 2025

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025
Latest News

Nuapada Byelection: ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ନୂଆପଡା ଏନଏସିର ପୂର୍ବତନ ଅଧ୍ୟକ୍ଷ

October 10, 2025

ପାକିସ୍ତାନକୁ କ୍ଷେପଣାସ୍ତ୍ର ଯୋଗାଇବ ନାହିଁ ଆମେରିକା: ସ୍ପଷ୍ଟ ଭାବରେ ଖାରଜ କଲା ଯୁଦ୍ଧ ବିଭାଗ

October 10, 2025

ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର, ଭୁବନେଶ୍ଵର ସ୍ଥାନାନ୍ତର

October 10, 2025

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025

ଭାରତର ଭବିଷ୍ୟତ ଗଢ଼ୁଛି ବାୟୋମେଡିକାଲ୍ ଗବେଷଣା

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.