Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଗୁଳେଇ ପାଟଣା ଓ ଗଡ଼ ଖୋର୍ଦ୍ଧାରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଅନୁଷ୍ଠିତ
ଆଜିର ଖବର

ଜାଗୁଳେଇ ପାଟଣା ଓ ଗଡ଼ ଖୋର୍ଦ୍ଧାରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଅନୁଷ୍ଠିତ

June 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଓଡ଼ିଆ ମାନଙ୍କ ଅସ୍ମିତା ର ପର୍ବ, ପୌରାଣିକ ଐତିହ୍ୟ ସଂସ୍କୃତି ର ପର୍ବ, ବିଶ୍ଵ ବିଦିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସନାତନ ଧର୍ମ, ଭାଇଚାରାର ପର୍ବ ପବିତ୍ର ଘୋଷ ଯାତ୍ରା ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଜାଗୁଳେଇ ପାଟଣା ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଏବଂ ଗଡ ଖୋର୍ଦ୍ଧା ଠାରେ ଅତି ଆନନ୍ଦ ଉଲ୍ଲାସ ଓ ଭାଇଚାରା ସାଂସ୍କୃତିକ, ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଉଭୟ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଉପଯିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଓ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ କିଶୋର କୁମାର ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଜାଗୁଲେଇ ପାଟଣା ଠାରେ ନିର୍ଦ୍ଧାରିତ ସମୟରେ ନିତିକାନ୍ତି ଅନୁଷ୍ଠିତ ହେବା ସହ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଛେରା ପହଁରା କରିଥିଲେ।

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଜାଗୁଳେଇ ପାଟଣା ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଖୋର୍ଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତିରେ ମହାପ୍ରଭୁ ସଦାସର୍ବଦା ଆଶିଷ ପ୍ରଦାନ କରନ୍ତୁ ପ୍ରାର୍ଥନା କରିଥିଲେ। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ ସେବା, ପୋଲିସ ସେବା, ଅଗ୍ନି ଶମ ସେବା, ଜନ ସାଧାରଣଙ୍କୁ ସୂଚନା ସେବା ଆଦି ପ୍ରଦାନ କରାଯାଇଥିଲା। ଜାଗୁଳେଇ ପାଟଣାଠାରେ ମନ୍ଦିର ପରିଚାଳନା କମିଟି,ସେବାୟତ ସମସ୍ତେ ଯୋଗଦେଇ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଙ୍କ ନିତିକାନ୍ତି ସମ୍ପନ୍ନ କରିଥିଲେ।

ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ, ବଡ଼ଭାଇ ଅଗ୍ରଜ ଶ୍ରୀ ଶ୍ରୀ ବଳଭଦ୍ର ତଥା ହଳାୟୁଧ ଓ ଭଉଣୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ପରେ ରଥାରୂଢ଼ ହୋଇଥିଲେ ଏବଂ ରଥଟଣା ଆରମ୍ଭ ହୋଇଥିଲା ଲ ହନୁମାନ ମନ୍ଦିର ନିକଟରେ ଶ୍ରୀ ବଜରଙ୍ଗ ବାଲି ଛେନା ପାଣି ଭୋଗ ଲାଗି ପରେ ରଥ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚି ଥିଲା। ସେହିପରି ଅପରାହ୍ନ ୪ ଘଟିକାରେ ଗଡ ଖୋର୍ଦ୍ଧା ଠାରେ ରଥ ରୁଢ଼ ଜୀଉଙ୍କୁ ଭକ୍ତ ମାନେ ହରିବୋଲ ଘଣ୍ଟା ଘଣ୍ଟ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ଧ୍ବନିରେ ମହାପ୍ରଭୁଙ୍କ ରଥକୁ ଟାଣିଥିଲେ। ଛେରା ପହଁରା ଅଜିତ୍ କୁମାର ପଟ୍ଟନାୟକ ସମ୍ପାଦନ କରିଥିଲେ ଏବଂ ଗୋପାଳକୃଷ୍ଣ ଦାଶ, ରମାକାନ୍ତ ପାଟ୍ଟଯୋଶୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

ସେହିପରି ବିନୋଦ ପଟ୍ଟନାୟକ ଏବଂ ସାଥୀ ମାନଙ୍କ ଦ୍ଵାରା ରଥ ସାଜସଜ୍ଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଉଭୟ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ଙ୍କ ତଦାରଖରେ ସମ୍ପନ୍ନ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସଂପୃକ୍ତ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଅଧିକାରୀ କର୍ମଚାରୀ, ଉପଜିଲ୍ଲାାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀ, ବ୍ଲକ କାର୍ଯ୍ୟାଳୟ କର୍ମଚାରୀ,ଯୋଗଦେଇଥିବା ବେଳେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସି ମହାପ୍ରଭୁଙ୍କ ବିଭୁ କୃପା ଲାଭ କରିଥିଲେ। ସନ୍ଧ୍ୟାରେ ଆକର୍ଷଣୀୟ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଗଡ଼ ଖୋର୍ଦ୍ଧା ଘୋଷ ଯାତ୍ରା ଶ୍ରୀ ଜଗନ୍ନାଥ ସଂସ୍କୃତି
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.