ହସପିଟାଲ କ୍ୟାବିନରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିଲେ ନବୀନ, ଭିଡିଓ ସେୟାର କଲେ ପାଣ୍ଡିଆନ

Published: Jun 28, 2025, 7:48 am IST

ଭୁବନେଶ୍ବର: ଆଜି ଥିଲା ପବିତ୍ର ରଥଯାତ୍ରା। ଏହି ଅବସରରେ ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କ ମୁଣ୍ଡ ଭକ୍ତିପୂତରେ ନଇଁଯାଇଛି। ତେବେ ଏହିପରି ପରିବେଶ ମଧ୍ୟରେ ଅନ୍ୟତମ ଜଗନ୍ନାଥ ପ୍ରେମୀ ନବୀନ ପଟ୍ଟନାୟକ ଅସୁବିଧାରେ ଥାଇ ମଧ୍ୟ ତାଙ୍କର ଭକ୍ତିରୁ କିଛି ଉଣା କରି ନାହାଁନ୍ତି। ସେ ହସପିଟାଲରେ ରହି ଚିକିତ୍ସିତ ହେଉଥିଲେ ମଧ୍ୟ ପ୍ରଭୃଙ୍କ ପ୍ରତିଟି ମୁହୁର୍ତ୍ତକୁ ଦେଖିବାର ସୁଯୋଗକୁ ହାତ ଛଡା କରି ନ ଥିଲେ। ସେ ହସପିଟାଲରେ ରହି ମଧ୍ୟ ଟିଭିରେ ସିଧାପ୍ରସାରଣକୁ ଦେଖି ତିନିଠାକୁରଙ୍କୁ ମୁଣ୍ଡିଆ ମାରୁଥିଲେ।

ସେ ଟିଭିରୁ ସିଧାପ୍ରସାରଣ ଦେଖି ମୁଣ୍ଡିଆ ମାରୁଥିବାର ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଭି କେ ପାଣ୍ଡିଆନ। ଏଥିରୁ ସ୍ପଷ୍ଟ ହେଲା ଯେ, ପାଣ୍ଡିଆନ ରାଜନୀତି ଛାଡିଦେଲି ବୋଲି ଘୋଷଣା କରିଥିଲେ ମଧ୍ୟ ନବୀନଙ୍କୁ ଛାଡି ନାହାଁନ୍ତି। ତାଙ୍କର ସ୍ବାସ୍ଥ୍ୟ ପ୍ରତି ସେ ପୁରା ଯତ୍ନଶିଳ ଅଛନ୍ତି ବୋଲି ସ୍ପଷ୍ଟ ହୋଇଛି।

Related posts