Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ଏବଂ ସତ୍ୟ, ଶାନ୍ତି ଓ ଅହିଂସାର ଯୁଗପ୍ରବର୍ତ୍ତକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ରାଜସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି ।

ବିଧାନସଭା ପରିସରରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଏବଂ ପ୍ରାର୍ଥନା ସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ, ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,

ସେହିପରି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ର ତରଫରୁ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଏବଂ ରାମଧୂନ ପରିବେଷଣ ପରିବେଶକୁ ଭାବଗାମ୍ଭୀର କରିଥିଲା ।

ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ସୂଚନା ଓ ଲୋକସଂପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା, ବିଧାନସଭାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ମାନସ ରଞ୍ଜନ ଖୁଣ୍ଟିଆ, ସୂଚନା ଅଧିକାରୀ ସୁଶ୍ରୀ ପ୍ରମୋଦିନୀ ଟେଟେ ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଗଂଜାମ ଜିଲ୍ଲାର ସରପଞ୍ଚଙ୍କ ସହିତ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଆଜି ଅପରାହ୍ନରେ ଗଂଜାମ ଜିଲ୍ଲାର ସରପଞ୍ଚଙ୍କ ସହିତ ଭିଡିଓ କନଫ୍ରେସିଂ ମଧ୍ୟମରେ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ଗଂଜାମ ଜିଲ୍ଲାରେ କରୋନା ମହାମାରୀ ପ୍ରବଳ ଭାବେ ବ୍ୟାପିବାରେ ଲାଗିଛି। ସେଥିପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି। ଏହି କ୍ଷମତାକୁ ଠିକ ଭାବେ ପାଳନ କରି କରୋନା ମହାମାରୀଙ୍କୁ ରୋକିବା ପାଇଁ ନବୀନ ପରାମର୍ଶ ଦେବେ। ଆଜି ଏହି ବୈଠକ ଅପରାହ୍ନ 5ଟା ବେଳେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

Categories
ବିଶେଷ ଖବର

ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି, ଆପଣଙ୍କୁ ପୋଲିସ କିଛି ଅସୁବିଧା କରିଛି କି ? ଲୋକଙ୍କୁ ପଚାରିଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଅପେକ୍ଷା କରନ୍ତୁ। ଆପଣଙ୍କ ପାଖକୁ ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କଲ ଆସିବ। ଆଉ ସେ ଆପଣଙ୍କୁ ପଚାରିବେ ଯେ, ଆପଣ ଥାନାକୁ ଯାଇଥିଲେ, ସେଠାରେ ଥାନାବାବୁ ଆପଣଙ୍କୁ ସାହାର୍ଯ୍ୟ କଲେ ନା ନାହିଁ। ହୁଏତ ଆପଣଙ୍କୁ ପଚାରିପାରନ୍ତି, ଆପଣ ହସପିଟାଲ ଯାଇଥିଲେ ଡାକ୍ତର ଠିକରେ ଚିକିତ୍ସା କଲେ ନା ନାହିଁ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଆଜି ଗାନ୍ଧି ଜୟନ୍ତିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ କରିଛନ୍ତି “ମୋ ସରକାର” ଯୋଜନା। ଆଉ ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ମୁଖିଆ ସବୁବେଳେ ଆପଣଙ୍କୁ ଫୋନ କରି ଭଲମନ୍ଦ ପଚାରି ବୁଝିବେ। ଉଦଘାଟନ ଅବସରରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଆଠଜଣ ବ୍ୟକ୍ତିଙ୍କୁ ଫୋନ କରି ସେମାନଙ୍କୁ ସରକାରୀ ଅଧିକାରୀମାନେ ଠିକରେ ସେବା ଯୋଗାଇଛନ୍ତି କି ନାହିଁ ପଚାରି ବୁଝିଛନ୍ତି।

ମୋ ସରକାର ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଭିନବ ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ଯୋଜନା ମାଧ୍ୟମରେ ବିଭାଗୀୟ ମୁଖ୍ୟ ତାଙ୍କ ବିଭାଗର ଅଫିସର ଠିକରେ ସେବା ଦେଇଛନ୍ତି କି ନାହିଁ ପଚାରି ବୁଝିବେ। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ହସପିଟାଲ ଏବଂ ଥାନାଗୁଡିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଉଦଘାଟନ ଅବସରରେ ପ୍ରଥମେ ସହିଦନଗର ଥାନାକୁ ଯାଇ ସେଠାରେ ସେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହାପରେ ସେ କ୍ୟାପିଟାଲ ହସପିଟାଲ ଯାଇ ସେଠାରେ ମଧ୍ୟ ହସପିଟାଲରେ ମୋ ସରକାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପରେ ଡାଟାବେସରେ ଥିବା ଫୋନରୁ ମୁଖ୍ୟମନ୍ତ୍ରୀ ମନଇଚ୍ଛା ଆଠଟି ନମ୍ବର ଆଣି ନବୀନ ନିବାସରୁ ଫୋନ କରିଥିଲେ।

ଏହି ଯୋଜନା ମାଧ୍ୟମରେ ଯେଉଁମାନେ ସରକାରୀ ଅଫିସକୁ ଆସିବେ ସେମାନଙ୍କ ଫୋନ ନମ୍ବର ରଖାଯାଇ ତାଲିକାଭୁକ୍ତ କରାଯିବ। ତାଲିକାଭୁକ୍ତ ହେଲା ବୋଲି ସଂପୃକ୍ତ ବ୍ୟକ୍ତିଙ୍କ ପାଖକୁ ଏକ ମେସେଜ ଯିବ। ଯଦି କୌଣସି କାରଣରୁ ମେସଜ ନ ଗଲା ତେବେ ସେମାନେ 14545 ନମ୍ବରକୁ ମିସ୍ କଲ କଲେ ସେମାନଙ୍କ ନାମ ରେଜେଷ୍ଟ୍ରିଭୁକ୍ତ ହେବ। ଏଥିପାଇଁ ମୋ ସରକାର ଯୋଜନାରେ ଏକ ଡାଟାବେସ କରାଯାଇଛି। ଏହି ଡାଟାବେସ ନମ୍ବରରୁ ପୋଲିସ ଡିଜି, ମନ୍ତ୍ରୀ, ସଚିବ କିମ୍ବା ଜିଲ୍ଲା ଅଧିକାରୀ ମନଇଚ୍ଛା ନମ୍ବର ବାହାର କରି ଲୋକଙ୍କୁ ଫୋନ କରିବେ। ସେମାନଙ୍କ କର୍ମଚାରୀମାନେ ଠିକ୍ ବ୍ୟବହାର କରିଛନ୍ତି କି ନାହିଁ ପଚାରି ବୁଝିବେ।

ବର୍ତ୍ତମାନ ପୋଲିସ ଓ ଡାକ୍ତରଖାନା ଦୁଇଟି ସେବାକୁ ଏହି ଯୋଜନାରେ ନିଆଯାଇଛି। 2020 ମସିହା ସୁଦ୍ଧା ସରକାରଙ୍କ ସମସ୍ତ ବିଭାଗକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ଏହି ଫୋନ କଲରୁ ଯଦି କୌଣସି ଅଧିକାରୀ ଠିକରେ କାମ କରି ନାହିଁନ୍ତି ବୋଲି ଅଭିଯୋଗ ଆସେ ତେବେ ତାଙ୍କ ଉପରେ ବିଭାଗୀୟ ପଦକ୍ଷେପ ନିଆଯିବ। ସେମାନଙ୍କ ପ୍ରମୋଶନ ମଧ୍ୟ ସ୍ଥଗିତ କରାଯାଇପାରିବ। ଫଳରେ ବର୍ତ୍ତମାନ ପୋଲିସ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ଅଧିକାରୀ ପର୍ଯ୍ୟନ୍ତଙ୍କ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଗଲାଣି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି “ମୋ ସରକାର” ଯୋଜନା ହେଉଛି ଦେଶର ଏକ ଅଭିନବ ଯୋଜନା। ଯେଉଁଥିରେ ସରକାରଙ୍କ ସହିତ ସାଧାରଣ ଜନତା କିପରି ଯୋଡି ହେବେ ତାହା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। ଅନ୍ୟପକ୍ଷରେ ସାଧାରଣ ଲୋକଟିଏ ଯେପରି ସରକାରୀ ସେବାରୁ ବଞ୍ଚିତ ନ ହୁଏ ସେଥିପାଇଁ ଏହି ଯୋଜନାର ରୂପରେଖ ମୁଖ୍ୟମନ୍ତ୍ରୀ ଖୋଦ ତିଆରି କରିଛନ୍ତି।