ବାଲୁଗାଁ ଜାତୀୟ ରାଜପଥରେ ଯୁବକଙ୍କୁ ଛୁରାମାଡ଼

Published: Jun 29, 2025, 12:56 pm IST

ବାଲୁଗାଁ: ଶୁକ୍ରବାର ସନ୍ଧ୍ୟାରେ ନାଭାଲ ଫାଣ୍ଡି ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନୂଆଗଡ ଓଭରବ୍ରିଜ଼ ନିକଟରେ ଜଣେ ଯୁବକକୁ ଛୁରାମାଡ଼ କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ ଡୁଙ୍ଗମାଳ ପଞ୍ଚାୟତ ଅନ୍ତର୍ଗତ ଖାରିବନ୍ଧ ପାନ୍ଥନିବାସ ରୋଡର ବୃନ୍ଦାବନ ପ୍ରଧାନଙ୍କ ପୁଅ ମନୋଜ ପ୍ରଧାନ (୨୫) ଭୁବନେଶ୍ୱରରୁ ଗ୍ରାମକୁ ଆସୁଥିବା ବେଳେ ନୂଆଗଡ ଓଭରବ୍ରିଜ଼ ନିକଟରେ ଓହ୍ଲାଇଥିଲେ। ସେହି ସମୟରେ କିଛି ଦୁର୍ବୁତ୍ତ ମନୋଜଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ମନୋଜଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Related posts