ଭୁବନେଶ୍ବର: ଗତ କାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ୫ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି । ସେମାନେ ହେଲେ
- କର୍ପୋରେଟର ଅପରୂପ ନାରାୟଣ ରାଉତ
- ରଶ୍ମି ରଞ୍ଜନ ମହାପାତ୍ର
- ଦେବାଶିଷ ପ୍ରଧାନ
- ସଚିକାନ୍ତ ସ୍ୱାଇଁ
- ସଂଜୀବ ମିଶ୍ର
ମାତ୍ର ଏତଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନାଁ ଥିଲେ ହେଁ ବର୍ତ୍ତମାନ ଯାଏ ପୁଲିସ ତାଙ୍କୁ ଗିରଫ କରି ନାହିଁ କି ଦଳରୁ ନୀଳମ୍ବିତ କରାଯାଇ ନାହିଁ। ଏହାକୁ ନେଇ ବିଭିନ୍ନ ଦଳ ଏବେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କରିଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭିନ୍ନ ମହାଲରୁ ଦାବି ହୋଇଛି।