Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୫ରେ ବାହୁଡ଼ା ଯାତ୍ରା: ମାଉସୀ ମା’ ହାତରନ୍ଧା ପୋଡ଼ପିଠା ଖାଇବେ ମହାପ୍ରଭୁ
ଆଜିର ଖବର

ଆସନ୍ତା ୫ରେ ବାହୁଡ଼ା ଯାତ୍ରା: ମାଉସୀ ମା’ ହାତରନ୍ଧା ପୋଡ଼ପିଠା ଖାଇବେ ମହାପ୍ରଭୁ

July 4, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ଆସନ୍ତା ୫ ତାରିଖ ଶନିବାର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ବଳଗଣ୍ଡି ନିକଟସ୍ଥ ମାଉସୀମା ମନ୍ଦିର ନିକଟରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବ। ମାଉସୀ ମା’ ହାତରନ୍ଧା ପୋଡ଼ପିଠା ଖାଇବା ପାଇଁ ମହାପ୍ରଭୁ ସେହିଠାରେ କିଛି ସମୟ ଅଟକିଥାନ୍ତି।

ପରମ୍ପରା ଅନୁଯାୟୀ, ସ୍ବତନ୍ତ୍ର ଭାବେ ଏହି ପିଠା ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରାଯାଇଥାଏ। ଅଟା, ଛେନା, ଅଳେଇଚ, ଗୁଜୁରାତି ଆଜି ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଓ ସୁବାସିତ ଦ୍ରବ୍ୟରେ ଏହି ପୋଡପିଠା ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରାଯାଇଥାଏ। ମାଉସୀମାଙ୍କ ପୂଜକ ଏହି ପିଠା ପ୍ରସ୍ତୁତ କରିଥାନ୍ତି। ଭଲ ଘିଅରେ ପୋଡ଼ପିଠା ପୋଡ଼ାଯାଇ ପ୍ରସ୍ତୁତ ହୋଇଥାଏ। ବାହୁଡ଼ା ଯାତ୍ରାରେ ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିବା ପରେ ଏହି ପିଠା ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ।

ଶ୍ରୀମନ୍ଦିରରେ ପ୍ରତ୍ୟହ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହ ପିଠାଭୋଗ ଲାଗି ହୋଇଥାଏ। କିନ୍ତୁ ପୋଡ଼ପିଠା ଭୋଗ କେବଳ ବାହୁଡ଼ା ଯାତ୍ରାଦିନ ମାଉସୀମାଙ୍କ ମନ୍ଦିରଠାରେ ଲାଗି ହେବାର ବିଧି ଓ ପରମ୍ପରା ରହିଛି।

ପୋଡପିଠା ବାହୁଡା ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026
Latest News

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.