ଅଭିନେତ୍ରୀ ରଣ୍ୟା ରାଓଙ୍କ ଉପରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, ଜବତ କଲା ୩୪ କୋଟିର ସମ୍ପତ୍ତି

Published: Jul 5, 2025, 11:34 am IST

ନୂଆଦିଲ୍ଲୀ: ଅଭିନେତ୍ରୀ ରାନ୍ୟା ରାଓଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଏକ ପ୍ରମୁଖ ଅନ୍ତର୍ଜାତୀୟ ସୁନା ଚୋରା ଚାଲାଣ ଏବଂ ମନି ଲଣ୍ଡରିଂ ମାମଲାରେ ED ଏବେ ଅଭିନେତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ED ଅଭିନେତ୍ରୀଙ୍କ ପ୍ରାୟ ୩୪.୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।

କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ତୁମକୁର ଜିଲ୍ଲାରେ ED ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯେଉଁଠାରେ ଅଭିଯୁକ୍ତ ହର୍ଷବର୍ଦ୍ଧିନୀ ରାନ୍ୟା ଓରଫ ରାନ୍ୟା ରାଓ ଏବଂ ତାଙ୍କ ସହଯୋଗୀଙ୍କ ସମ୍ପତ୍ତି ଆଟାଚ୍ କରାଯାଇଛି। ED PMLA ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଏହି ସମ୍ପତ୍ତି ପରିମାଣ ସହିତ ସମାନ। ଯାହା ଅପରାଧରୁ ରୋଜଗାର କରାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ଠାବ କରାଯାଇ ନାହିଁ।

Related posts