ଆଜି ହସପିଟାଲରୁ ଡିସଚାର୍ଯ୍ୟ ହେଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କେବେ ଆସିବେ ଓଡିଶା

Published: Jul 7, 2025, 5:26 pm IST
naveen patnaik

ଭୁବନେଶ୍ବର: ଆଜି ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରୁ ଡିସଚାର୍ଯ୍ୟ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନନାୟକ। ଗତମାସ 22 ତାରିଖରେ ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ କରାଯାଇଥିଲା। ଭାରତର ପ୍ରଖ୍ୟାତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ବାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା।

ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ। ସେ ହସପିଟାଲରୁ ଡିସଚାର୍ଯ୍ୟ ହେବା ପରେ ମୁମ୍ବାଇରେ ଗୋଟିଏ ସପ୍ତାହ ଅବସ୍ଥାନ କରିବେ। କାରଣ ତାଙ୍କର ଫିଜିଓଥେରାପି ଚାଲିବ। ଏହା ପ୍ରାୟ ଗୋଟିଏ ସପ୍ତାହ କିମ୍ବା ତାହାଠାରୁ ଅଧିକ ଦିନ ଲାଗିବ। ସେଥିପାଇଁ ସେ ଏବେ ଓଡିଶା ଆସିପାରିବେ ନାହିଁ ବୋଲି ଜଣାପଡିଛି।

Related posts