ଶିଳ୍ପ ପାଉଁଶରେ ଭାସିଲା ଝାରସୁଗୁଡା, ଉତକ୍ଷିପ୍ତ ହେଲେ ବିଜେଡି ନେତ୍ରୀ ଦୀପାଳି ଦାସ

Published: Jul 7, 2025, 5:49 pm IST
Jharsuguda

ଝାରସୁଗୁଡା: ଦୀର୍ଘଦିନ ଧରି ହୋଇଥିବା ଲଗାଣ ବର୍ଷା କାହାର କଣ କ୍ଷତି କରିଛି ତାହା ଭିନ୍ନ କଥା। ହେଲେ ଝାରସୁଗୁଡା ଜିଲ୍ଲା ବହୁ ଲୋକଙ୍କ ପାଇଁ ଆଣିଦେଇଛି ଅନ୍ୟ ଏକ ସମସ୍ୟା। ତାହା ହେଲା ଜମା ହୋଇ ରହିଥିବା ଶିଳ୍ପ ପାଉଁଶ ଭାସି ଆସି ବିଭିନ୍ନ ଗାଁ ଭିତରେ ପଶିଯାଇଛି। ଯାହାକୁ ନେଇ ଉତକ୍ଷିପ୍ତ ହୋଇଛନ୍ତି ବିଜେଡି ନେତ୍ରୀ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ।

ଏ ନେଇ ନିଜ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଜାତୀୟ ରାଜପଥ ନଂ ୪୯ ରେ ଜମା ହୋଇଥିବା ପାଉଁଶ ଗଦା ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାର ତାଲପଟିଆ ଗ୍ରାମରେ ପଶି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏହା ଦ୍ୱାରା ସ୍ଥାନୀୟ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏତେ ସବୁ ଅସୁବିଧା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଦୁର୍ଭାଗ୍ଯଜନକ।

ଏହି ଅଭିଯୋଗ କରି ସେ ରାଜସ୍ବମନ୍ତ୍ରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି।

Related posts