Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମା ସମଲେଶ୍ବରୀଙ୍କୁ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ଦୀପାଳି ଦାସ

ଝାରସୁଗୁଡା: ଆଜି ସକାଳୁ ମା ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ। ଦୀପାଳି ତାଙ୍କ ସମର୍ଥକଙ୍କ ସହିତ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ପୂଜାଅର୍ଚ୍ଚନା କରିଛନ୍ତି। ଏହାପରେ ସେ କହିଛନ୍ତି ଯେ, ଆଜି ମା ସମଲେଶ୍ବରୀଙ୍କୁ ଦର୍ଶନ କଲି। ସମସ୍ତଙ୍କ ମଙ୍ଗଳକାମନା କଲି।

ଝାରସୁଗୁଡାରେ ପୁଣି ଥରେ ଦୀପାଳିଙ୍କୁ ପ୍ରାର୍ଥି କରିଛି ବିଜେଡି। ଗତବର୍ଷ ସେ ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ତାଙ୍କର ବାପା ନବ ଦାସଙ୍କ ହତ୍ୟା ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ସେ ପ୍ରାୟ ବର୍ଷେ ଉପରେ ବିଧାୟକ ହେବା ପରେ ପୁଣି ଥରେ ସାଧାରଣ ନିର୍ବାଚନର ସମ୍ମୁଖୀନ ହେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଝାରସୁଗୁଡା ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁସ୍ଥ ଓଡିଶା, ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆମେ ନୂଆ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ହସ୍‌ପିଟାଲ ଗୁଡିକର ଉନ୍ନତିକରଣ କରୁଛୁ। ଏବଂ ଶହ ଶହ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ବଡ ରୂପାନ୍ତର ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଯୋଜନାରେ ପ୍ରତି ମାସରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ଏହା ସହିତ ଧନୀ, ଗରିବ ସମସ୍ତଙ୍କୁ ସରକାରୀ ହସ୍‌ପିଟାଲରେ ବିନା ପଇସାରେ ଚିକିତ୍ସା ସୁବିଧା ମିଳୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବିକାଶର ଏକ ସୂଚକ। ସେଥିପାଇଁ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି। ସରକାରଙ୍କ ସହିତ ଏଥିରେ ଘରୋଇ କ୍ଷେତ୍ର ଯୋଡି ହେବା ଖୁସିର କଥା। ସମସ୍ତଙ୍କ ସହଯୋଗରେ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ବେଦାନ୍ତର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଧାୟିକା ଦୀପାଳୀ ଦାସ ଜିଲ୍ଲପାଳ ଓ ବେଦାନ୍ତ ର CEO ପ୍ରମୂଖ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡାବାସୀଙ୍କୁ ନବୀନଙ୍କ ଉପହାର, ITDA ରେ ସାମିଲ ଦୁଇଟି ବ୍ଲକର ନୂଆ ନିଯୁକ୍ତିକୁ ଅନୁମୋଦନ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା — ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର 9 ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ITDA ଅଧୀନରେ ରହିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଏହି ନୂତନ ପଦବୀ ଗୁଡିକ ହେଲା ଗୋଟିଏ ପ୍ରକଳ୍ପ ପ୍ରଶାସକ ବା project administrator, ଗୋଟିଏ ସ୍ବତନ୍ତ୍ର ଅଧିକାରୀ ବା special officer, ଜଣେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର , ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର , ଜଣେ ଆକାଉଣ୍ଟାଣ୍ଟ, ଜଣେ ହେଡ କ୍ଲାର୍କ, କନିଷ୍ଠ ଷ୍ଟେନୋ ଗ୍ରାଫର- ୧, ଜଣେ ବରିଷ୍ଠ କ୍ଲର୍କ ଓ ଜଣେ କନିଷ୍ଠ କ୍ଲର୍କ।

ସୂଚନାଯୋଗ୍ୟ ଯେ ଲାଇକରା ଓ କିରୀମେର ବ୍ଲକରେ ମୁଖ୍ୟତଃ ଗଣ୍ଡ, ଭୁଇଆଁ, ଓ କିସାନ୍ ବର୍ଗର ଆଦିବାସୀ ମାନେ ରହୁଥିବା ବେଳେ ମୁଣ୍ଡା, କୋଲ୍ହ, ଓରାଓଁ, ଶବର, ଖରିଆ ଓ ସାରା ବର୍ଗର ଆଦିବାସୀ ମାନେ ମଧ୍ୟ ଅଛନ୍ତି। ଲାଇକେରାରେ ଆଦିବାସୀଙ୍କ ସଂଖ୍ୟା ୫୧.୭୮ ପ୍ରତିଶତ ହୋଇଥିବା ବେଳେ କିରୀମେରାରେ ଏହା ୧୮.୪୬ ପ୍ରତିଶତ।

ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ନବୀନଙ୍କ ଏହା ହେଉଛି ପ୍ରଥମ ଉପହାର।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଝାରସୁଗୁଡାର ନବନିର୍ବାଚିତ ବିଧାୟିକା ଦୀପାଳି ଦାସ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଦୀପାଳି ଦାସ। ସେ ତାଙ୍କର ଭାଇଙ୍କ ସହିତ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଝାରସୁଗୁଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଭେଟିଲି। ଝାରସୁଗୁଡ଼ାର ବିକାଶକୁ ଆଗେଇ ନେବା ସହ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ତାଙ୍କୁ ପରାମର୍ଶ ଦେଲି।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡାର ବିପୁଳ ବିଜୟ ପରେ ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ବର: ଆଜି ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ଏହି ଅଭିଭାଷଣରେ ସେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ବିଜେପି ଦଳର ନାମ ନ ନେଇ ନ ଥିଲେ ମଧ୍ୟ ତାଙ୍କର ସମାଲୋଚନା ବିଜେପି ପାଇଁ ଥିଲା ତାହା ସ୍ପଷ୍ଟ ହୋଇଛି।

ସେ ପୁଣି ଥରେ ସେହି ମହିଳାଙ୍କ କଥାକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ଦଳ ମହିଳାମାନଙ୍କୁ ଯେପରି ଅସମ୍ମାନ କରୁଛନ୍ତି ତାହା ହେଉଛି ଏକ ଡେଞ୍ଜରିୟସ ଟ୍ରେନଣ୍ଡ। ସେଥିପାଇଁ ସେମାନଙ୍କୁ ଲୋକମାନେ ପ୍ରତ୍ୟାଖାନ କରିଦେଇଛନ୍ତି ବୋଲି ନବୀନ ଅଭିଭାଷଣରେ କହିଛନ୍ତି। ସେ କର୍ମିମାନଙ୍କୁ ତଥା ଝାରସୁଗୁଡାବାସୀଙ୍କୁ ଯେଉଁ ଅଭିଭାଷଣ ପ୍ରଦାନ କରିଛନ୍ତି ତାହା ହେଲା।

ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର ଓ ଜୁହାର, ଝାରସୁଗୁଡ଼ା ଉପନିର୍ବାଚନରେ, ବିଜୁ ଜନତା ଦଳର ବିପୁଳ ବିଜୟ ପାଇଁ ଆପଣମାନଙ୍କୁ ମୋର ଅଭିନନ୍ଦନ। ଏ ବିଜୟ ଝାରସୁଗୁଡ଼ା ବାସୀଙ୍କର ବିଜୟ, ମହିଳାଶକ୍ତିର ବିଜୟ, ଏଥିପାଇଁ ଝାରସୁଗୁଡ଼ା ବାସୀଙ୍କ ନିକଟରେ ମୁଁ ଋଣୀ
ବିଜୁ ଜନତା ଦଳ ଋଣୀ।

ଆମ ଦଳର, ଲକ୍ଷ ଲକ୍ଷ, କର୍ମୀ ଭାଇ ଓ ଭଉଣୀଙ୍କୁ, ଏ ବିଜୟ ପାଇଁ ମୁଁ, ଧନ୍ୟବାଦ ଜଣାଉଛି।
ଏ ଖରା, ଗରମରେ, ସେମାନଙ୍କ ପରିଶ୍ରମ ଓ ତ୍ୟାଗକୁ, ସମ୍ମାନ ଜଣାଉଛି। ମୁଁ, ଆଜି କଥା ଦେଉଛି, ଝାରସୁଗୁଡ଼ା ଅଞ୍ଚଳର, ଉନ୍ନତି ପାଇଁ ବିଜୁ ଜନତା ଦଳ, ତାର ଉଦ୍ୟମକୁ, ଆହୁରି ଯୋରଦାର କରିବ। ଝାରସୁଗୁଡ଼ା ପାଇଁ, ନବ ବାବୁ ଆରମ୍ଭ କରିଥିବା, ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ।

ପଦ୍ମପୁର ଉପ ନିର୍ବାଚନ ବେଳେ, ବିରୋଧି ଦଳ ଆମର ମା ମାନଙ୍କୁ, ଅସମ୍ମାନ କରିଥିଲେ। ପଦ୍ମପୁରରେ, ଆମର ମହିଳା ପ୍ରାର୍ଥୀଙ୍କୁ, ଖରାପ ଭାଷାରେ, ଗାଳି କରୁଥିଲେ। ପଦ୍ମପୁର ହେଉ ବା ଝାରସୁଗୁଡ଼ା, ସବୁଠାରେ ସେମାନେ ବାପାଙ୍କୁ ହରେଇଥିବା ଝିଅ ମାନଙ୍କୁ ଗାଳି କରିଛନ୍ତି। ପ୍ରତ୍ୟେକ ଉପ ନିର୍ବାଚନ ରେ ସେମାନେ ମିଶନ ଶକ୍ତିର ନେତ୍ରୀ,ତଥା ତୃଣମୂଳ ସ୍ତରରେ କାମ କରୁଥିବା, ମାଆ ମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି। ଇତିହାସ ସାକ୍ଷୀ ।

ଓଡ଼ିଶାବାସୀ କେବେବି ମା ମାନଙ୍କ ପ୍ରତି ଏଭଳି ଅସମ୍ମାନ କୁ ବରଦାସ୍ତ କରିନାହାନ୍ତି।
ଆମର ଝିଅ ମାନେ ଆମର ଗର୍ବ। ବିଜୁ ଜନତା ଦଳ ସବୁବେଳେ, ସାଧାରଣ ଜୀବନରେ ମା ମାନଙ୍କ ଯୋଗଦାନକୁ ଉତ୍ସାହିତ କରିଆସିଛି । ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ମିଶନ ଶକ୍ତି ପରି ମଞ୍ଚ ଯୋଗାଇ ଦେଇଛି।

ହାଣ୍ଡିଶାଳ ଚାରି କାନ୍ଥରୁ ସେମାନଙ୍କୁ ବାହାରକୁ ଆଣି, ମିଶନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି। ମିଶନ ଶକ୍ତି ଏହି ଆଦର୍ଶକୁ ସୁବେବେଳେ ବିଶ୍ବାସ। ବିରୋଧି ଦଳ, ସବୁବେଳେ ମା ମାନଙ୍କ ସଶକ୍ତୀକରଣ କୁ ବିରୋଧ କରି ଆସୁଛି। This is a dangerous trend. ଓଡିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପସନ୍ଦ କରି ଆସିଛନ୍ତି। ପ୍ରତ୍ୟାଖାନ କରିଛନ୍ତି।

ଆସନ୍ତୁ ଆମେ ସମସ୍ତେ ମିଳିମିଶି ଓଡିଶାର ଉନ୍ନତି ପାଇଁ ଆମ ଗଣତାନ୍ତ୍ରିକ ମୂଲ୍ୟ ପାଇଁ ଆମ ସାଂସ୍କୃତିକ ସଂହତି ଓ ମା ମାନଙ୍କ ସମ୍ମାନ, ମା ମାନଙ୍କ ଅଧିକାର ସୁରକ୍ଷା ପାଇଁ, କାମ କରି ଚାଲିବା । ଧନ୍ୟବାଦ,ବନ୍ଦେ ଉତ୍କଳ ଜନନୀ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦେଶରେ କଂଗ୍ରେସ କମିଙ୍ଗି, ହେଲେ ଓଡିଶାରେ କଂଗ୍ରେସ ଗୋଇଁଙ୍ଗି…

ଭୁବନେଶ୍ବର: କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଏକ ବକ୍ତବ୍ୟ ହେଲା କଂଗ୍ରେସ କମିଙ୍ଗି। ହେଲେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ସେହି ବକ୍ତବ୍ୟ ହେବ, ଦେଶରେ କଂଗ୍ରେସ କମିଙ୍ଗ, ହେଲେ ଓଡିଶାରେ କଂଗ୍ରେସ ଗୋଇଙ୍ଗି। କାରଣ ଜାତୀୟ ସ୍ତରରେ ବର୍ତ୍ତମାନ କଂଗ୍ରେସ ସ୍ଥିତିରେ ସୁଧାର ଆସୁଥିବା ବେଳେ ଓଡିଶାରେ ତାହା ହୋଇପାରୁ ନାହିଁ।

ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ଫଳାଫଳକୁ ବିଚାରକୁ ନିଆଯାଉ। ସେଠାରେ କଂଗ୍ରେସର ଦୟନୀୟ ଅବସ୍ଥା ହେଲା। ଅମାନତ ହରାଇଲା। ସେତିକି ନୁହେଁ ଗତ ନିର୍ବାଚନରେ କଂଗ୍ରେସକୁ ଲୋକେ ଯେତିକି ଭୋଟ ଦେଇଥିଲେ ଏଥର ସେତିକି ମଧ୍ୟ  ଦେଲେ ନାହିଁ। ଉଭୟ ବିଜେଡି ଓ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ କଂଗ୍ରେସ ଭୋଟ ହରାଇଛି।

ଭୋଟ ଗଣନାରୁ ଜଣାପଡିଛି ଯେ, ଝାରସୁଗୁଡାରେ କଂଗ୍ରେସ ମୋଟ ୪୪୯୬ ଖଣ୍ଡ ଭୋଟ ମିଳିଛି। ହେଲେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୮୮୨୩ ଖଣ୍ଡ ଭୋଟ ହାତେଇଥିଲେ। ଫଳରେ ଏହି ଉପନିର୍ବାଚନରେ କଂଗ୍ରେସ ୧୪ ୩୨୭ ଖଣ୍ଡ ଭୋଟ ହରାଇଛି। ଏକ ବଡ ବ୍ୟବଧାନ ସୃଷ୍ଟି ହୋଇଛି। କଂଗ୍ରେସ ଜଣେ ଯୁବ ତଥା ପୂର୍ବତନ ବିଧାୟକଙ୍କ ପୁଅଙ୍କୁ ପ୍ରାର୍ଥୀ କରିଥିଲା। ତଥାପି ଏପରି ଦୟନୀୟ ଅବସ୍ଥା ହେବାକୁ ନେଇ କଂଗ୍ରେସ ଚିନ୍ତା କରିବାର ଆବଶ୍ୟକ ରହିଛି।

ଅନ୍ୟପକ୍ଷରେ ଦେଖିଲେ ଉଭୟ ବିଜେଡି ଓ ବିଜେପି ଗତ ବିଧାନସଭା ନିର୍ବାଚନ ଅପେକ୍ଷା ଅଧିକ ଭୋଟ ହାତେଇଛନ୍ତି। ଗତଥର ବିଜେଡି ୯୮୬୨୦ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ଉପନିର୍ବାଚନରେ ଦୀପାଳି ୧୦୭୧୯୮ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେପି ୫୨୯୨୧ ଖଣ୍ଡ ଭୋଟ ହାସଲ କରିଥିବା ବେଳେ ଏଥର ବିଜେପକୁ ମିଳିଛି ୫୮୪୭୭ ଖଣ୍ଡ ଭୋଟ। ଅର୍ଥାତ ଗତ ବିଧାନସଭା ନିର୍ବାଚନରୁ ବିଜେଡି ୮୫୭୮ ଖଣ୍ଡ ଏବଂ ବିଜେପି ୫୫୫୬ ଖଣ୍ଡ ଅଧିକ ଭୋଟ ହାସଲ କରିଛନ୍ତି।

ଏଥର କଂଗ୍ରେସ ନୂଆ ନେତୃତ୍ବ ନୂଆ ପ୍ରାର୍ଥୀଙ୍କୁ ଧରି ନିର୍ବାଚନ ମଇଦାନରେ ଓହ୍ଲାଇଥିଲା। ନୂଆ ନେତୃତ୍ବ ମଧ୍ୟରେ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ସମସ୍ତେ ଆଶା କରିଥିଲେ ବିଜୟ ପଟ୍ଟନାୟକଙ୍କ ପ୍ରଶାସନିକ ଅଭିଜ୍ଞତାକୁ ପାଥେୟ କରି ଝାରସୁଗୁଡାରେ କିଛି କରି ଦେଖାଇବେ। ହେଲେ ତାହା ଫସର ଫାଟିଛି। ନା ଶରତ ନା ବିଜୟ କାହାକୁ ହେଲେ ଭୋଟର ପସନ୍ଦ କଲେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

Jharsuguda Result: ଆଗେଇଲା ବିଜେଡି, ଚତୁର୍ଥ ରାଉଣ୍ଡରେ ମିଲିଲା ୨୩୬୧୫ ଭୋଟ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ତେବେ ଚତୁର୍ଥ ରାଉଣ୍ଡ ଭୋଟ ଗଣତିରେ ମଧ୍ୟ ବିଜେଡି ଆଗୁଆ ରହିଛି। ଚତୁର୍ଥ ରାଉଣ୍ଡରେ ଯେଉଁ ଫଳାଫଳ ଆସିଛି ତାହା ହେଲା

ବିଜେଡି- ୨୩୬୧୫

ବିଜେପି- ୧୩୪୩୭

କଂଗ୍ରେସ- ୮୨୧

Categories
ଆଜିର ଖବର ରାଜ୍ୟ ଖବର

Breaking News: ଝାରସୁଗୁଡାରେ ଦୀପାଳି ଆଗୁଆ, ଦ୍ବିତୀୟରେ ବିଜେପିର ଟଙ୍କଧର

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନର ପ୍ରଥମ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି। ପ୍ରଥମ ରାଉଣ୍ଡ ଫଳ ଅନୁସାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଜେଡିର ଦୀପାଳି ପ୍ରଥମ ରାଉଣ୍ଡରେ ୫୯୪୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମିଳିଛି ମାତ୍ର ୧୨୩ ଖଣ୍ଡ ଭୋଟ।

ପ୍ରଥମ ରାଉଣ୍ଡ ଗଣତିରେ ବର୍ତ୍ତମାନ ଦୀପାଳି ଦାସ ବିଜେପିର ଟଙ୍କଧର ତ୍ରିପାଠୀଙ୍କଠାରୁ ୨୭୦୬  ଭୋଟରେ ଆଗୁଆ ଅଛନ୍ତି। ଆଜି ସକାଳୁ ଝାରସୁଗୁଡା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ ଭୋଟ ଗଣତି କରାଯାଇଥିଲା। ଏହାପରେ ଇଭିଏମ ଗଣତି ଆରମ୍ଭ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ବିରାଟ ଶୋଭାଯାତ୍ରା ଭିତରେ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି ଦାସ

ଝାରସୁଗୁଡା/ଭୁବନେଶ୍ବର: ଆଜି ଏକ ବିରାଟ ଶୋଭାଯାତ୍ରାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତା ଓ ହଜାର ହଜାର କର୍ମି ସାମିଲ ହୋଇଥିଲେ। କହିବାକୁ ଗଲେ ବିଜେଡି ଆଜି ନାମାଙ୍କନ ଦାଖଲ ବେଳେ ପ୍ରଦର୍ଶିତ କରିଛି ଏହାର ଶକ୍ତି। ଯାହା ସେହି ଉପନିର୍ବାଚନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଖୋଦ୍ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଦଳ ବିଜ୍ଞପ୍ତି ପ୍ରକାଶ କରିଥିଲା। ତେବେ ତା ପୂର୍ବରୁ ଦୀପାଳି ସେହି ଅଞ୍ଚଳରେ ନିଜର ପ୍ରଚାର ଆରମ୍ଭ କରିଦେଇଥିଲେ।

ଦୀପାଳି ମନମୋହନ ସ୍କୁଲରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକଙ୍କ ସହ ପ୍ରତାପ ଜେନା, ମନ୍ତ୍ରୀ ରୀତା ସାହୁ ପ୍ରମୁଖ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ଦୀପାଳି ମା ପାଟଣେଶ୍ବରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରିଥିଲେ।

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏହି ଝାରସୁଗୁଡାରେ ଉପନିର୍ବାଚନ ହେଉଛି। ଏଥିରେ ଖୋଦ ନବ ଦାସଙ୍କ ଝିଅ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଂଗ୍ରେସରୁ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ଆସନ୍ତା ମଇ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ। ଏପ୍ରିଲ ୨୦ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି। ମଇ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Categories
ଆଜିର ଖବର ରାଜ୍ୟ ଖବର

Breaking News: ଝାରସୁଗୁଡା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ସେହି ଅନୁସାରେ ଆସନ୍ତା ମେ 10 ତାରିଖରେ ଏହି ଉପନିର୍ବାଚନ ହେବ। ସେହି ମେ 13 ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

ଆଜି ନିର୍ବାଚନ କମିଶନର ପାଞ୍ଚୋଟି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେଥିରେ ଓଡିଶାର ଝାରସୁଗୁଡା ଉପନିର୍ବାଚନ ମଧ୍ୟ ରହିଛି। ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଆସନଟି ଖାଲି ପଡିଥିଲା।

Categories
ଆଜିର ଖବର

ଝାରସୁଗୁଡାରୁ  ସେବା ଆରମ୍ଭ କଲା ସ୍ପାଇସ୍ ଜେଟ୍

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ପୁଣି ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ବିମାନ ବନ୍ଦରରୁ ତିନୋଟି ସହର ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବିମାନ ଉଡିବ। ଏହାକୁ ନେଇ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଘରୋଇ ସଂସ୍ଥା ସ୍ପାଇସ୍ ଜେଟ୍ ଏହି ସେବା ଆରମ୍ଭ କରିଛି। ସ୍ପାଇସ୍ ଜେଟ୍‌ର ପ୍ରଥମ ବିମାନ ରବିବାର ଅପରାହ୍ନ ୩ଟା୪୦ରେ ଦିଲ୍ଲୀକୁ ଉଡାଣ ଭରିଛି। ଏହି ବିମାନରେ ୧୮୯ଟି ସିଟ୍ ରହିଛି। ଦ୍ୱିତୀୟ ବିମାନ ଅପରାହ୍ନ ୪ଟା୧୦ରେ ଝାରସୁଗୁଡାରୁ ହାଇଦ୍ରାବାଦ୍ ଏବଂ ତୃତୀୟ ବିମାନ ରାତି ୮ଟା୪୦ରେ କୋଲକାତା ପାଇଁ ଉଡାଣ କରିବ। ହାଇଦ୍ରାବାଦ୍ ଓ କୋଲକାତାକୁ ଉଡାଣ କରିବାକୁ ଥିବା ସ୍ପାଇସ୍ ଜେଟ୍‌ର କ୍ୟୁ-୪୦୦ ମଡେଲର ଦୁଇଟି ବିମାନରେ ୭୮ଟି ଲେଖାଏଁ ସିଟ୍ ରହିଛି। ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡାରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଉଦଘାଟନ କରିଥିଲେ। ଝାରସୁଗୁଡା ବିମାନବନ୍ଦରକୁ କମର୍ସିଆଲ ବିମାନ ଚଳାଚଳ ପାଇଁ ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ସରକାର। ଦେଶର ୬ଟି ସହରରକୁ ଝାରସୁଗୁଡାରୁ ବିମାନ ଚଳାଚଳ କରିବ। ଉଡାନ- ୩ ଯୋଜନାରେ ଝାରସୁଗୁଡା ବିମାନ ଚାଲିବ।