ମହାରାଷ୍ଟ୍ରରେ ଏକ 3.8 ତୀବ୍ରତାର ଭୂକମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି ଭୂକମ୍ପରେ ଜଣେ ବ୍ୟକ୍ତି ନିହତ ହୋଇଛନ୍ତି । ବୁଧବାର ରାତିରେ କିଛି ଅଞ୍ଚଳରେ ଭୂକମ୍ପ ଘଟିଥିବା ବେଳେ ଏହାର ତୀବ୍ରତା 3.5 ରହିଥିଲା । ଗୁରୁବାର ପାଲଗଡରେ ଅନୂଭୂତ ହୋଇଥିବା ଭୂକମ୍ପରେ 55 ବର୍ଷୀୟ ଜନୈକ ବୃଦ୍ଧ ପ୍ରାଣ ହରାଇଛନ୍ତି । ଗୁରୁବାର ଅନୁଷ୍ଠିତ ଭୂକମ୍ପର କେନ୍ଦ୍ରସ୍ଥ ପାଲଗଡର ନାଗଜାରିର ଧନାଉ ରହିଥିଲା । 10 କିମିର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଏହି ଭୂକମ୍ପର ପ୍ରଭାବ ଅନୂଭୂତ ହୋଇଥିଲା । ବିଭିନ୍ନ ସ୍ଥାନରେ ଅଳ୍ପ କିଛି କୋଠାଘର ଭାଙ୍ଗିଯାଇଥିବା ନେଇ ଖବର ପ୍ରକାଶ ପାଇଛି ।