Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କିଏ ଏହି କୋଟିପତି ମହିଳା, ଯିଏ ମହାପ୍ରଭୃଙ୍କୁ କାନ୍ଧରେ ଧରି ଓଡିଶାର ଏକ ରଥଯାତ୍ରାରେ ହୋଇଛନ୍ତି ସାମିଲ
ବିଶେଷ ଖବର

କିଏ ଏହି କୋଟିପତି ମହିଳା, ଯିଏ ମହାପ୍ରଭୃଙ୍କୁ କାନ୍ଧରେ ଧରି ଓଡିଶାର ଏକ ରଥଯାତ୍ରାରେ ହୋଇଛନ୍ତି ସାମିଲ

July 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
AnugulRath
କିଏ ଏହି କୋଟିପତି ମହିଳା, ଯିଏ ମହାପ୍ରଭୃଙ୍କୁ କାନ୍ଧରେ ଧରି ଓଡିଶାର ଏକ ରଥଯାତ୍ରାରେ ହୋଇଛନ୍ତି ସାମିଲ

ଭୁବନେଶ୍ବର: ବର୍ତ୍ତମାନ ଚାରିଆଡେ ରଥଯାତ୍ରାର ମାହୋଲ। କେବଳ ଓଡିଶା କାହିଁକି ଦେଶ ବିଦେଶରେ ଚାଲିଛି ରଥଯାତ୍ରା। ହେଲେ ଓଡିଶାର ଏମିତି ଏକ ସ୍ଥାନରେ ରଥଯାତ୍ରା ହେଉଛି ଯେଉଁଠାରେ ସାମିଲ ହୋଇଛନ୍ତି ଭାରତର ଜଣେ କୋଟିପତି ମହିଳା ଭକ୍ତ। କେବଳ କୋଟିପତି କାହିଁକି ତାଙ୍କ ପରିବାରିକ ବ୍ୟବସାୟ କଥା ଯଦି ଚିନ୍ତା କରାଯାଏ ତେବେ ତାହା ହେବ 1230 କୋଟି ଟଙ୍କା।

ଆମେ କହୁଛୁ ଅନୁଗୁଳ ଜିନ୍ଦଲ କଂପାନୀ କ୍ୟାମ୍ପସରେ ଥିବା ଜଗନ୍ନାଥ ମନ୍ଦିରର ରଥଯାତ୍ରା କଥା। ଆଉ ମହାପ୍ରଭୃଙ୍କୁ ଯେ କାନ୍ଦରେ ଧରି ରଥ ନିକଟକୁ ଯାଉଛନ୍ତି ସେ ହେଉଛନ୍ତି ସାଲ୍ଲୁ ଜିନ୍ଦଲ। ପ୍ରତିଷ୍ଠିତ Jindal Steel & Power କଂପାନୀର ଅଧ୍ୟକ୍ଷ Navin Jindal ଙ୍କ ଧର୍ମପତ୍ନୀ Shallu Jindal। ସେ ବର୍ତ୍ତମାନ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଅଛନ୍ତି। ଏଥିସହିତ ସେ ଓପି ଜିନ୍ଦଲ ଗ୍ଲୋବାଲ ବିଶ୍ବବିଦ୍ୟାଳୟର କୁଳପତି ମଧ୍ୟ ଅଛନ୍ତି।

ସାଲ୍ଲୁ ଜିନ୍ଦଲ ହେଉଛନ୍ତି ଭାରତର ପ୍ରଖ୍ୟାତ ଧନୀ ମହିଳା ସାବିତ୍ରୀ ଜିନ୍ଦଲଙ୍କ ବୋହୂ। ସାବିତ୍ରୀ ଜିନ୍ଦଲ ହେଉଛନ୍ତି ନବୀନ ଜିନ୍ଦଲଙ୍କ ମାଆ। ସାଲ୍ଲୁଙ୍କ ପୁରା ପରିବାର ହେଉଛନ୍ତି ବ୍ୟବସାୟ ପରିବାର। ଜଣେ ଶିଳ୍ପପତିଙ୍କ ଘରେ ବିବାହ କରିଥିଲେ ମଧ୍ୟ ସେ କେବେ ନିଜକୁ ବଡ ମନେ କରନ୍ତି ନାହିଁ। ସାଲ୍ଲୁ ହେଉଛନ୍ତି ଭାରତର ଜଣେ ପ୍ରଖ୍ୟାତ କୁଚୁପୁଡି ନୃତ୍ୟଶିଳ୍ପୀ।

ତେବେ ଜିନ୍ଦଲ ପରିବାର ତରଫରୁ ଅନୁଗୁଳ ଜିନ୍ଦଲ କଂପାନୀ ପରିସରରେ ପ୍ରତିଷ୍ଠା କରାଯାଇଛି ଏକ ବଡ ଜଗନ୍ନାଥ ମନ୍ଦିର। ସେଠାରେ ଜଗନ୍ନାଥ ବଳଭଦ୍ର ଏବଂ ମା ସୁଭଦ୍ରା ବିରାଜମାନ କରୁଛନ୍ତି। ପ୍ରତିବର୍ଷ ରଥଯାତ୍ରା ବେଳକୁ ସେଠାରେ ମଧ୍ୟ ବେଶ ଧୂମଧାମରେ ଏହି ମହାନ ପର୍ବ ପାଳନ କରାଯାଇଥାଏ। ତିନିଠାକୁରଙ୍କ ପାଇଁ ତିନି ରଥ ନିର୍ମାଣ କରାଯାଇ ଏହି ରଥଯାତ୍ରା କରାଯାଇଥାଏ।

ଖୁସିର କଥା ପ୍ରତିବର୍ଷ ରଥଯାତ୍ରାକୁ ପୁରା ଜିନ୍ଦଲ ପରିବାର ଅନୁଗୁଳ ଆସି ଏହି ପର୍ବରେ ସାମିଲ ହୁଅନ୍ତି। ଚଳିତ ବର୍ଷ ମଧ୍ୟ ସାବିତ୍ରୀ ଜିନ୍ଦଲ, ନବୀନ ଜିନ୍ଦଲ ଏବଂ ପତ୍ନୀ ସାଲ୍ଲୁ ଜିନ୍ଦଲ ରଥଯାତ୍ରାରେ ସାମିଲ ହୋଇଥିଲେ। ପ୍ରତିବର୍ଷ ନବୀନ ଜିନ୍ଦଲ ରଥରେ ଛରା ପହଁରା କରନ୍ତି। ଏଥର ରଥଯାତ୍ରା ଓ ବାହୁଡା ଯାତ୍ରାରେ ନିଜକୁ ସାମିଲ କରାଇଛନ୍ତି ସାଲ୍ଲୁ ଜିନ୍ଦଲ। ନବୀନଙ୍କ ଅନୁପସ୍ଥିତରେ ଏଥର ବାହୁଡା ଛେରା ପହଁରା ସେ କରିଛନ୍ତି।

Anugul Rath Yatra Navin Jindal Rath Yatra 2025 rathyatra ଅନୁଗୁଳ ରଥଯାତ୍ରା ନବୀନ ଜିନ୍ଦଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.