Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଓଡିଶା ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ, ରାଜ୍ୟ ରାଜନୀତିରେ ଧଡକନ
ରାଜ୍ୟ ଖବର

ଓଡିଶା ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ, ରାଜ୍ୟ ରାଜନୀତିରେ ଧଡକନ

July 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Cabinet
ଓଡିଶା ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ, ରାଜ୍ୟ ରାଜନୀତିରେ ଧଡକନ

ଭୁବନେଶ୍ବର: ଖୁବ ଶିଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ। ଏ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି ସଙ୍କେତ ଦେଇସାରିଲେଣି। ଫଳରେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଧଡକନ ହେବାରେ ଲାଗିଛି। ଲୋକସେବା ଭବନଠାରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ଖଟିଗୁଡିକରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଏ ଯିବ କିଏ ରହିବ ଆଉ କିଏ ଆସିବ ସେ ନେଇ ମନ୍ତ୍ରୀ କରିଡୋରରେ ବେଶ ତର୍ଜ୍ଜମା ଚାଲିଛି। କେଉଁମନ୍ତ୍ରୀ ଅଯୋଗ୍ୟ କେଉଁ ମନ୍ତ୍ରୀ ଅମାନିଆ ସେ ନେଇ ସବୁ ହିସାବ ନିକାସ ଆରମ୍ଭ ହୋଇଯାଇଛି।

ବର୍ତ୍ତମାନ ଯାହା ସ୍ଥିତି ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 22 ଜଣ ମନ୍ତ୍ରୀ ମଣ୍ଡଳରେ ରହିପାରିବେ। ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କୁ ଛାଡିଦେଲେ ଆଉ 21 ଜଣ ମନ୍ତ୍ରୀ ସାମିଲ ହେବେ। ହେଲେ ବର୍ତ୍ତମାନ ରାଜ୍ୟରେ ମାତ୍ର 16 ଜଣ ମନ୍ତ୍ରୀ ଅଛନ୍ତି। ଅର୍ଥାତ ଆଉ 5 ଜଣ ନୂଆ ମୁହଁ ସାମିଲ ହେବେ। ହେଲେ ଯଦି କିଏ ମନ୍ତ୍ରୀ ମଣ୍ଡଳରୁ ଗଡିପଡେ ତେବେ ଏହି ନୂଆ ମୁହଁ ସଂଖ୍ୟା ବୃଦ୍ଧି ପାଇବ।

ତେବେ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି କେଉଁ ଆଧାରରେ ମନ୍ତ୍ରୀ ବାଛିବେ ସେ ନେଇ ସେମାନେ ଅଡୁଆରେ ପଡିଯାଇଛନ୍ତି। କାରଣ ଯଦି ଲୋକସଭା ନିର୍ବାଚନ ମଣ୍ଡଳିରୁ ଜଣେ ଲେଖାଏଁ ବିଧାୟକଙ୍କୁ ମନ୍ତ୍ରୀ କରିବେ ତେବେ ମୋଟ 21 ପଦବୀ ପାଇଁ 21 ଜଣ ରହିଯିବେ। ହେଲେ ଯଦି ଯୋଗ୍ୟତା ଆଧାରରେ କରିବେ ତେବେ ତାହା ଭିନ୍ନ କଥା।

ତେବେ ବିଶେଷ ସୁତ୍ର ଅନୁସାରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ରାଜ୍ୟ ସଭାପତି ଦିଲ୍ଲୀ ଅନୁମତିକୁ ଅପେକ୍ଷା କରିଛନ୍ତି। ସେମାନେ କେଉଁ ଆଧାରରେ ମନ୍ତ୍ରୀ ବଛାଯିବ ତାହାର ଫର୍ମୁଲା ମାଗିଛନ୍ତି। ତାହା ଆସିଯିବା ପରେ ସେହି ହିସାବରେ ମନ୍ତ୍ରୀ ବଛାଯିବ ବୋଲି ଜଣାପଡିଛି।

Cabinet Reshuffle ମନ୍ତ୍ରୀମଣ୍ଡଳ ଅଦଳବଦଳ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ

August 7, 2025

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ପାଳନ ହେଲା ବିଶ୍ଵ ସ୍ତନ୍ୟପାନ ସପ୍ତାହ

August 7, 2025

ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ ଘୋଷଣା, ସେ ଓଡିଶାର ହେବେ…

August 7, 2025

ଜାତୀୟ ହସ୍ତତନ୍ତ ଦିବସରେ ଭୁବନେଶ୍ବରରେ ‘ଆର୍ଟସ ଅଫ୍‌ ଉଇଭିଂ’ ର ଅଭିନବ ପ୍ରୟାସ

August 7, 2025
Latest News

‘ସି ଲିଡ୍ସ-୨: ନେତୃତ୍ବ ନେଉଥିବା ମହିଳାଙ୍କ କର୍ମଶାଳା’କୁ ଉଦଘାଟନ କଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.