ଭୁବନେଶ୍ଵର: ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସୃଜନ ସଳିତା ନବନିତା ପକ୍ଷରୁ ଯୁବ ଲେଖକ ସମାବେଶ ‘ପଲ୍ଲଵନ’ ଅନୁଷ୍ଠିତ ହୋଇଯାଇଛି। ରାଜେଶ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ସାହିତ୍ୟ ସବୁ ସମୟରେ ସମାଜକୁ ଉତ୍ତମ ଦିଗଦର୍ଶନ ଦେଇଥାଏ ବୋଲି ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବରେ ସାମାଜିକ କର୍ମୀ ସରୋଜ ମହାନ୍ତି ଓ ସାହିତ୍ୟିକ ବାସୁଦେବ ସୁନାନୀ ଯୋଗ ଦେଇଥିଲେ। ଏହି ଅବସରରେ ସାହିତ୍ୟ ଆସନ୍ତାକାଲିର ଆହ୍ୱାନ ସମ୍ଭାବନା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ବହୁ ଗଳ୍ପ ଓ କବିତା ପୁସ୍ତକକୁ ଉନ୍ମୋଚନ କରିଥିଲେ।