Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦୁଇ ଭଉଣୀ ଖୋଲିଥିଲେ ବେକରୀ ଆଉଟଲେଟ, ଏବେ ତାହା ୨୪୧୦୦୦୦୦୦୦୦ ଟଙ୍କାରେ ହେବ ବିକ୍ରି
ଜାତୀୟ ଖବର

ଦୁଇ ଭଉଣୀ ଖୋଲିଥିଲେ ବେକରୀ ଆଉଟଲେଟ, ଏବେ ତାହା ୨୪୧୦୦୦୦୦୦୦୦ ଟଙ୍କାରେ ହେବ ବିକ୍ରି

July 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Theobroma Foods
ଦୁଇ ଭଉଣୀ ଖୋଲିଥିଲେ ବେକରୀ ଆଉଟଲେଟ, ଏବେ ତାହା ୨୪୧୦୦୦୦୦୦୦୦ ଟଙ୍କାରେ ହେବ ବିକ୍ରି

The Samikhsya Desk: ଦୁଇ ଭଉଣୀ ମିଶି ପ୍ରତିଷ୍ଠା କରିଥିଲେ ଏକ ବେକରୀ ଦୋକାନ। ନାମ ଦେଇଥିଲେ ଥିଓବ୍ରୋମା ଫୁଡସ୍। ସେହି ଦୋକାନ ଯେ, ଦେଶରେ ଏକ ବଡ ବ୍ୟବସାୟ କରିବ କେହି କେବେ ଆଶା କରି ନ ଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ସେ ବେକରୀ ଚେନ କଂପାନୀକୁ କିଣି ନେଲା କ୍ରିସ କ୍ୟାପିଟାଲ ନାମିତ ଅନ୍ୟ ଏକ କଂପାନୀ।

ଆଉ ତା ବଦଳରେ ସେହି କଂପାନୀ ଯେଉଁ ଅର୍ଥ ପ୍ରଦାନ କଲା ତାହା ଯେ କେହି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ। କ୍ରିସ କ୍ୟାପିଟାଲ ଥିଓବ୍ରୋମା ଫୁଡ ଚେନ କୁ ପ୍ରଦାନ କରିବ ୨୪୧୦୦୦୦୦୦୦୦ ଟଙ୍କା ବା ୨୪୧୦ କୋଟି ଟଙ୍କା। ଏହି ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇକୋନମିକ୍ସ ଟାଇମସ। ତେବେ ସେହି ଦୁଇ ଭଉଣୀ ତାଙ୍କ ହାତରେ ରଖିଛନ୍ତି ମାତ୍ର ୧୦ ପ୍ରତିଶତ ଅଂଶଧନ। ଅର୍ଥାତ ଆଉ ନବେ ପ୍ରତିଶତକୁ କ୍ରିସ କ୍ୟାପିଟାଲ ୨୪୧୦ କୋଟି ଟଙ୍କାରେ କିଣିବ।

ତେବେ ଏହି ଥିଓବ୍ରୋମା ଫୁଡସ ପଛରେ ଥିବା ଦୁଇ ଭଉଣୀ କିଏ ତାହା ଜାଣିବା ଦରକାର। ସେମାନେ ହେଲେ କେନାଜ୍ ଏବଂ ଟିନା ମେସମ୍ୟାନ୍। ସେମାନେ ଭାରତର ସବୁଠାରୁ ପ୍ରତିଷ୍ଠିତ ବେକରି ଚେନ୍ ମଧ୍ୟରୁ ଗୋଟିଏ ନିର୍ମାଣ କରିଛନ୍ତି। ସେମାନେ ୨୦୦୪ ମସିହାରେ ମୁମ୍ବାଇରେ ଏକ ଛୋଟ ଘରୋଇ ଉଦ୍ୟୋଗ ଭାବରେ ଆରମ୍ଭ କରିଥିଲେଷ ବର୍ତ୍ତମାନ ସାରା ଭାରତରେ ୨୨୫ ରୁ ଅଧିକ ଆଉଟଲେଟ୍ ସହିତ ଏକ ପ୍ରମୁଖ ବେକରି ବ୍ରାଣ୍ଡରେ ପରିଣତ ହୋଇଛନ୍ତି।

ଥିଓବ୍ରୋମା ନାମର ଅର୍ଥ ହେଉଛି “ଦେବତାଙ୍କ ଖାଦ୍ୟ”, ଯାହା ଗ୍ରୀକ୍ ଶବ୍ଦ ଥିଓସ୍ (ଦେବତା) ଏବଂ ବ୍ରୋମା (ଖାଦ୍ୟ) ରୁ ଆସିଛି।  ଯେତେବେଳେ ଭାରତର ବେକେରୀ ଶିଳ୍ପର ଚାହିଦା ନ ଥିଲା ସେତେବେଳେ ସେମାନେ ଥିଓବ୍ରୋମା ଆଉଟଲେଟ ଖୋଲିଥିଲେ। ଏହା ୟୁରୋପୀୟ-ଶୈଳୀର ବ୍ରାଉନି, ମିଠା ଏବଂ କେକ୍ ସହିତ ଏକ ଅନନ୍ୟ ବ୍ରାଣ୍ଡ ତିଆରି କଲେ ଯାହା ଯୁବ, ସହରୀ ଜନତାଙ୍କୁ ବେଶ ଆକର୍ଷିତ କରିଥିଲା।

ଗୁଣାତ୍ମକ ଉପାଦାନ ଏବଂ ସୁଲଭ ମୂଲ୍ୟ ଉପରେ ସେମାନେ ଧ୍ୟାନ ଦେବାରୁ ସେମାନଙ୍କ ବ୍ୟବସାୟ ବୃଦ୍ଧି ପାଇଥିଲା। ତଥାପି ଏହି ବ୍ୟବସାୟରେ ସେମାନଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ପ୍ରାରମ୍ଭିକ ସ୍ତରରେ ସେମାନେ ତାଙ୍କ ବାପାଙ୍କ ଠାରୁ ପାଣ୍ଠି ୧.୫ କୋଟି ଟଙ୍କା ଆଣି ନିବେଶ କରିଥିଲେ। ଏକ ଦଶନ୍ଧି ପରେ, ୨୦୧୪ ମସିହାରେ, ଦୁଇ ଭଉଣୀ ସେମାନଙ୍କର ପ୍ରଥମ ଆଉଟଲେଟ୍ ବାହାରେ ବିସ୍ତାର କରିଥିଲେ। ସେଥିପାଇଁ ସେମାନେ ୫ କୋଟି ଟଙ୍କାର ପ୍ରଥମ ଋଣ ନେଇଥିଲେ। ଯାହା ପରବର୍ତ୍ତି ସମୟରେ ସୁଝି ଦେଇଥିଲେ। ବର୍ତ୍ତମାନ ଏହି ଦୁଇ ଭଉଣୀଙ୍କ କଂପାନୀ ଏତେ ଟଙ୍କାରେ ବିକ୍ରି ହେବା ନେଇ ଚାରିଆଡେ ବେଶ ଚର୍ଚ୍ଚା ଚାଲିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ମେଣ୍ଟରେ ଫାଟ!: କଂଗ୍ରେସକୁ ଝଟକା ଦେଲେ ଷ୍ଟାଲିନ, ତାମିଲନାଡୁରେ କେରଳ-ବଙ୍ଗଳା ମଡେଲକୁ ନାଁ

July 13, 2026

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

July 13, 2026

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026
Latest News

ଇଣ୍ଡିଆ ମେଣ୍ଟରେ ଫାଟ!: କଂଗ୍ରେସକୁ ଝଟକା ଦେଲେ ଷ୍ଟାଲିନ, ତାମିଲନାଡୁରେ କେରଳ-ବଙ୍ଗଳା ମଡେଲକୁ ନାଁ

July 13, 2026

ଶେଷ ପର୍ଯ୍ୟାୟରେ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ

July 13, 2026

ଇସ୍କନ ରଥଯାତ୍ରାକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ: ଜାଣନ୍ତୁ କ’ଣ କହିଲେ?

July 13, 2026

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

July 13, 2026

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.