The Samikhsya Desk: ଆଜି ବାଲେଶ୍ବରର ମୃତ ଛାତ୍ରୀଙ୍କ ବାପାଙ୍କ ସହିତ ଫୋନରେ କଥା ହେଲେ କଂଗ୍ରେସ ନେତା ରାହୁଳ ଗାନ୍ଧୀ। ଏ ନେଇ ନିଜେ ରାହାୁଳ ଗାନ୍ଧୀ ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ସୌମ୍ୟାଶ୍ରୀଙ୍କ ପାଇଁ କଂଗ୍ରେସ ସବୁ ପ୍ରକାରର ଲଢେଇ ଜାରୀ ରଖିବ। ତାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ସବୁ ପ୍ରକାରର ପ୍ରୟାଶ ଜାରୀ ରଖିବ ବୋଲି ସେ କହିଛନ୍ତି।
ରାହୁଳ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଓଡ଼ିଶାର ବାଲେଶ୍ବରରେ ନ୍ୟାୟ ପାଇଁ ଲଢ଼ି ପ୍ରାଣ ହରାଇଥିବା ସାହସୀ ଝିଅର ପିତାଙ୍କ ସହ କଥା ହେଲି। ତାଙ୍କ କଣ୍ଠରେ ଝିଅର ଯନ୍ତ୍ରଣା, ସ୍ୱପ୍ନ ଏବଂ ସଂଘର୍ଷ ଅନୁଭବ କଲି। ତାଙ୍କୁ ଆଶ୍ୱସ୍ତ କଲି ଯେ କଂଗ୍ରେସ ଦଳ ଏବଂ ମୁଁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଅଛୁ। ଯାହା ଘଟିଛି ତାହା କେବଳ ଅମାନବୀୟ ଏବଂ ଲଜ୍ଜାଜନକ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ କ୍ଷତ। ଆମେ ଯେ କୌଣସି ମୂଲ୍ୟରେ ପୀଡିତାଙ୍କ ପରିବାର ସମ୍ପୂର୍ଣ୍ଣ ନ୍ୟାୟ ପାଇବେ ସେ ପର୍ଯ୍ୟନ୍ତ କାର୍ଯ୍ୟ କରିବୁ।
ओडिशा के बालेश्वर में इंसाफ की लड़ाई में जान गंवाने वाली बहादुर बेटी के पिता से बात की। उनकी आवाज़ में बेटी का दर्द, सपना और संघर्ष सब महसूस किया।
उन्हें भरोसा दिलाया कि कांग्रेस पार्टी और मैं हर कदम पर उनके साथ हैं। जो हुआ वह अमानवीय और शर्मनाक ही नहीं, पूरे समाज का ज़ख्म है।…
— Rahul Gandhi (@RahulGandhi) July 16, 2025