Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଯୁବରାଜ ସିଂହ ଏବଂ ଶାହିଦ ଆଫ୍ରିଦିଙ୍କ ମଧ୍ୟରେ ହେବ କଡ଼ା ପ୍ରତିଯୋଗିତା, ଜାଣନ୍ତୁ ସମୟ
ଆଜିର ଖବର

ଆଜି ଯୁବରାଜ ସିଂହ ଏବଂ ଶାହିଦ ଆଫ୍ରିଦିଙ୍କ ମଧ୍ୟରେ ହେବ କଡ଼ା ପ୍ରତିଯୋଗିତା, ଜାଣନ୍ତୁ ସମୟ

July 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ କଡ଼ା ପ୍ରତିଯୋଗିତା ହେବାକୁ ଯାଉଛି। ଅପରେସନ ସିନ୍ଦୂର ପରଠାରୁ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ କୌଣସି କ୍ରିକେଟ ମ୍ୟାଚ୍ ଖେଳାଯାଇନାହିଁ, କିନ୍ତୁ ଆଜି ଭାରତୀୟ ଚାମ୍ପିଅନମାନେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍‌ରେ ପାକିସ୍ତାନ ଚାମ୍ପିଅନସ୍‌ ସହିତ ମୁକାବିଲା କରିବେ। ଭାରତୀୟ ଦଳର ନେତୃତ୍ଵ କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କ ହାତରେ ରହିଛି। ଶାହିଦ ଆଫ୍ରିଦିଙ୍କୁ ପାକିସ୍ତାନର ଅଧିନାୟକ କରାଯାଇଛି।

ଭାରତୀୟ ଦଳ ଆଜି ପ୍ରଥମ ମ୍ୟାଚ୍ ଖେଳିବ, ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଜିତିସାରିଛି। ୧୮ ଜୁଲାଇରେ ଅନୁଷ୍ଠିତ ମ୍ୟାଚ୍‌ରେ ପାକିସ୍ତାନ ଇଂଲଣ୍ଡକୁ ୫ ରନ୍‌ରେ ପରାସ୍ତ କରିଥିଲା। କିନ୍ତୁ ଶାହିଦ ଆଫ୍ରିଦିଙ୍କୁ ଏହି ପାକିସ୍ତାନୀ ଦଳରେ ସାମିଲ କରାଯାଇ ନଥିଲା। ଆଫ୍ରିଦିଙ୍କ ସ୍ଥାନରେ ମହମ୍ମଦ ହାଫିଜଙ୍କୁ ଅଧିନାୟକ କରାଯାଇଥିଲା।

ପାକିସ୍ତାନ ସମ୍ମୁଖରେ ଏବେ ପ୍ରଶ୍ନ ହେଉଛି ଯେ, ଆଫ୍ରିଦି ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନର ପ୍ଲେଇଂ ଇଲେଭେନରେ ଫେରିବେ କି ନାହିଁ। ଯଦି ଶାହିଦ ଆଫ୍ରିଦି ଭାରତ ବିପକ୍ଷ ମ୍ୟାଚ୍‌ରେ ଫେରିବେ, ତେବେ ଆମେର ୟାମିନ୍ ଦଳରୁ ବାହାର ହୋଇପାରନ୍ତି।

ଇଣ୍ଡିଆ ଲିଜେଣ୍ଡସ୍ ଦଳ:

ଯୁବରାଜ ସିଂହ (ଅଧିନାୟକ), ଶିଖର ଧାୱନ, ସୁରେଶ ରାଇନା, ଗୁରକୀରତ ସିଂହ, ଇରଫାନ ପଠାନ, ଷ୍ଟୁଆର୍ଟ ବିନ୍ନି, ୟୁସୁଫ ପଠାନ, ଅମ୍ବାତି ରାୟୁଡୁ (ଉଇକେଟକିପର), ରବିନ ଉଥାପ୍ପା (ଉଇକେଟକିପର), ଅଭିମନ୍ୟୁ ମିଥୁନ, ହରଭଜନ ସିଂହ, ପବନ ନେଗି, ପୀୟୂଷ ଚାୱଲା, ସିଦ୍ଧାର୍ଥ କୌଲ, ବରୁଣ ଆରୋନ ଏବଂ ବିନୟ କୁମାର।

ପାକିସ୍ତାନ ଲିଜେଣ୍ଡସ୍ ଦଳ:

ସାହିଦ ଆଫ୍ରିଦି (ଅଧିନାୟକ), ମହମ୍ମଦ ହାଫିଜ୍, ଶାର୍ଜିଲ ଖାନ, କାମରାନ ଆକମଲ, ୟୁନିସ ଖାନ, ମିସବା-ଉଲ-ହକ୍, ସରଫରାଜ ଅହମ୍ମଦ (ଉଇକେଟକିପର), ସୋଏବ ମାଲିକ, ଅବଦୁଲ ରଜାକ, ୱାହାବ ରିଆଜ, ସଇଦ ଅଜମଲ, ସୋହେଲ ତନଭିର, ସୋହେଲ ଖାନ, ଆସିଫ ଅଲି, ସୋହେବ ମକସୁଦ ଏବଂ ଆମେର ୟାମିନ।

ମ୍ୟାଚ୍ କେତେବେଳେ ଆରମ୍ଭ ହେବ?:

ଭାରତୀୟ ଚାମ୍ପିଅନ ଏବଂ ପାକିସ୍ତାନ ଚାମ୍ପିଅନଙ୍କ ମଧ୍ୟରେ ଏହି ମ୍ୟାଚ୍ ଆଜି ଭାରତୀୟ ସମୟ ରାତି ୯ଟାରେ ଆରମ୍ଭ ହେବ। ଏହି ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ ଷ୍ଟାର ସ୍ପୋର୍ଟସ୍ ନେଟୱାର୍କରେ ହେବ। ଏହି ମ୍ୟାଚ୍ ଫ୍ୟାନକୋଡ୍ ଆପ୍ ରେ ମଧ୍ୟ ଦେଖିହେବ।

IND VS PAK SHAHID AFRIDI WCL 2025 World Championship Of Legends 2025 yuvraj singh
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026
Latest News

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.