ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ଏକ ଅଘଟଣ ଘଟି ଜଣେ ବାଳକ ମୃତ୍ୟୁ ବରଣ କରିଛି। ଘଟଣାରୁ ପ୍ରକାଶ ଯେ, ମୃତ ବାଳକ ତନ୍ମୟ ସାହୁ ନିଜ ଘର ବାରିପଟେ ବୁଲୁଥିବା ବେଳେ ପଡ଼ୋଶୀ ସୁଶାନ୍ତ ସାହୁ ବାରିପଟେ ଥିବା ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ସୁଶାନ୍ତ ଘର ଦାଣ୍ଡରେ ମେଳି ହୋଇ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା।
ଖବର ପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ତନ୍ମୟର ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବଂ ସୁଶାନ୍ତ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଜେରା କରାଯାଉଛି। ଗାଁ ଲୋକଙ୍କୁ ପୋଲିସ ବୁଝାଇ ଘଟଣାକୁ ଆୟତ୍ତ କରିଛନ୍ତି।