ପୂର୍ବତନ ଅଲରାଉଣ୍ଡର ରବିନ ସିଂ ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବାକୁ ଆବେଦନ କରିଛନ୍ତି । ରବିନ ସିଂହ ଦୀର୍ଘ 15 ବର୍ଷ ହେଲା ବିଭିନ୍ନ ଟିମ୍ର କୋଚିଂ ଦାୟିତ୍ୱ ସମ୍ଭାଳି ସାରିଛନ୍ତି । ତେଣୁ କୋଚ ହେବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି । 2007ରୁ 2009 ପର୍ଯ୍ୟନ୍ତ ରବିନ ସିଂହ ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ ଭାବେ କାର୍ଯ୍ୟ କରି ସାରିଛନ୍ତି । 19 ବର୍ଷରୁ କମ୍ ଦଳ ଓ ଭାରତ ଏ’ ସହ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ରବିନ୍ । ଏହାବାଦ୍ ଆଇପିଏଲ୍ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ ଭାବେ ସେ ମଧ୍ୟ ବେଶ ସଫଳତା ସାଉଁଟିଛନ୍ତି । ବର୍ତ୍ତମାନ କୋଚ୍ଙ୍କ ଅଧୀନରେ ଦଳ ଏକାଧିକ ଆଇସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାରିଛି । ତେଣୁ ଏବେଠାରୁ 2023 ବିଶ୍ୱକପ୍ ପାଇଁ ଯୋଜନା କରିବାକୁ ପଡ଼ିବ ଏବଂ ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରିବାକୁ ହେବ ବୋଲି ରବିନ୍ କହିଛନ୍ତି ।