ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକରେ ଏକ ଦୈନିକ ଖବରକାଗଜରେ କାର୍ଯ୍ୟରତ ସାମ୍ବାଦିକ ଦିଲ୍ଲୀପ ସ୍ୱାଇଁଙ୍କୁ ଶୁକ୍ରବାର ରାତିରେ କିଛି ବ୍ୟକ୍ତି ଗମ୍ଭାରୀମୁଣ୍ଡା ବଜାରରେ ମରଣାନ୍ତକ ଆକ୍ରମଣ କରିଥିବା ଗତକାଲି ନାଚୁଣୀ ଥାନାରେ ଅଭିଯୋଗ ହୋଇଛି। ଦିଲ୍ଲୀପଙ୍କୁ ପ୍ରଥମେ ଗମ୍ଭାରୀମୁଣ୍ଡା ମେଡିକାଲ ପରେ ବାଣପୁର ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।
ଉକ୍ତ ଘଟଣାକୁ ନେଇ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିବା ବେଳେ ଗତକାଲି ଆହତ ସାମ୍ବାଦିକ ଦିଲ୍ଲୀପ ନାଚୁଣୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡିଛି। ଅନୁରୂପ ଭାବେ ଅପରପକ୍ଷଙ୍କ ତରଫରୁ ଆଉ ଏକ ଏତଲା ମଧ୍ୟ ରୁଜୁ ହୋଇଥିବା ଜଣାପଡିଛି। ତେବେ ଏ ନେଇ ଉଭୟ ପକ୍ଷରୁ ଦୁଇ ଗୋଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।
ତେବେ ସାମ୍ବାଦିକ ଦିଲ୍ଲୀପଙ୍କୁ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତ ଅଟକ ଥିବା ସୂଚନା ମିଳିଛି।