7 ତାମିଲନାଡୁ ନାବିକ ଶ୍ରୀଲଙ୍କାରେ ଗିରଫ

Published: Jul 28, 2019, 2:40 pm IST

ଶ୍ରୀଲଙ୍କା ଜଳସୀମା ମଧ୍ୟରେ ବେଆଇନ ଭାବରେ ପ୍ରବେଶ କରିଥିବା 7 ଜଣ ତାମିଲ ନାବିକଙ୍କୁ ଗିରଫ କରାଯାଇଛି । ମେରି ଟାଇମ୍‌ ଜଳସୀମା ଅତିକ୍ରମ କରିବା ନେଇ ଏହି ନାବିକ ମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ନେଦୁନ୍‌ଥିଭୁରେ ଅବସ୍ଥାପିତ ଶ୍ରୀଲଙ୍କା ନୌସେନା ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ରବିବାର ସକାଳୁ ଏକହି ନାବିକ ମାନଙ୍କୁ ଗିରଫ କରାଯାଇଛି । ପବନ ଏବଂ ଅଶାନ୍ତ ସମୁଦ୍ର ଯୋଗୁଁ ଶ୍ରୀଲଙ୍କା ସୀମାରେ ଭୁଲ୍‌ରେ ପ୍ରବେଶ କରିଥିବା ନେଇ ନାବିକ ମାନେ କହିଥିଲେ ମଧ୍ୟ ତୁରନ୍ତ ଶ୍ରୀଲଙ୍କା ନୌସେନା ପକ୍ଷରୁ ତୁରନ୍ତ ଗିରଫ କରାଯାଇଥିଲା ।

Related posts