ୟେଦ୍ୟୁରପ୍ପାଙ୍କ ଆସ୍ଥା ଭୋଟ ବିଜୟ ପରେ କର୍ଣ୍ଣାଟକ ବାଚସ୍ପତିଙ୍କ ଇସ୍ତଫା

Published: Jul 29, 2019, 1:07 pm IST

ସୋମବାର ବାଚସ୍ପତି କେ ଆର ରମେଶ କୁମାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସୋମବାର ୟେଦୁରପ୍ପା ସରକାର ଆସ୍ଥା ଭୋଟରେ ବିଜୟୀ ହେବା ପରେ ରମେଶ କୁମାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ଇସ୍ତଫା ପ୍ରଦାନ କରିଥିବା ବିଦ୍ରୋହୀ ବିଧାୟକଙ୍କ ମାମଲାରେ ରମେଶ ସମଗ୍ର ଦେଶର ନଜରରେ ରହିଥିଲେ । ବିଧାୟକଙ୍କ ଇସ୍ତଫା ଗ୍ରହଣ ନକରିଥିବାରୁ ବିଜେପି ବିଧାୟକ ରମେଶଙ୍କୁ ବିରୋଧ କରୁଥିଲେ । ଏହା ସହିତ କ୍ଷମତାକୁ ଆସିବା ପରେ ରମେଶଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ନିମନ୍ତେ ବିଜେପି ପକ୍ଷରୁ ପ୍ରକାଶ କରାଯାଇଥିଲା । ତେଣୁ ଆଜି ବିଜେପି କ୍ଷମତାକୁ ଆସିବା ପରେ ତୁରନ୍ତ ଇସ୍ତଫା ପ୍ରଦାନ କରିଛନ୍ତି କେ ଆର ରମେଶ କୁମାର ।

Related posts