କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଦେଖି କଂଗ୍ରେସ ନେତା ନରସିଂହ ଆଜି ବର୍ଷିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ, କିଛି ଲୋକ ଗାନ୍ଧି ହତ୍ୟାକାରୀ ଗଡ୍ସେ ଫଟୋଙ୍କୁ ପୂଜା କରୁଛନ୍ତି । ଗଡସେର ନୀତି, ଆଦର୍ଶରେ ଅନୁପ୍ରାଣିତ ହେଲା ଭଳି ଜଣାପଡୁଛି । ନରସିଂହଙ୍କ ଏହି ମନ୍ତବ୍ୟକୁ ନେଇ ବିରୋଧୀ ଉପନେତା ବିଷ୍ଣୁ ସେଠୀ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ବିଷ୍ଣୁ କହିଛନ୍ତି ଯେ, କାହାକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ପ୍ରଥମେ ନିଜକୁ ଦେଖନ୍ତୁ । ଆପଣଙ୍କ ମଣିଶଙ୍କର ଆୟର ଓ ସିଦ୍ଧୁ କ’ଣ କହୁଛନ୍ତି । ଏହା ଉପରେ ପୂର୍ଣ୍ଣାଙ୍ଗ ଆଲୋଚନା ହେଉ, ଆମେ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଷ୍ଣୁ ।