ଆଜି ରାଜ୍ୟପାଳ ଭାବେ ଆନନ୍ଦିବେନ ପଟେଲ, ଫଗୁ ଚୌହ୍ବାନ ଓ ଲାଲାଜୀ ଟଣ୍ଡନ ଯଥାକ୍ରମେ ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌଠାରେ ଆନନ୍ଦିବେନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ରାଜଭବନଠାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋବିନ୍ଦ ମାଥୁର ଶ୍ରୀମତୀ ପଟେଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହାପୂର୍ବରୁ ଆନନ୍ଦିବେନ୍ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ପାଦନ କରୁଥିଲେ । ସେହିପରି ବିହାର ରାଜ୍ୟପାଳ ଭାବେ ଶପଥ ନେଇଥିବା ଫଗୁ ଚୌହ୍ନାନଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅମରେଶ୍ୱର ପ୍ରତାପ ସାହି ପଦ ଓ ଗୋପନୀୟତାର ଶପଥ ପାଠ କରାଥିଲେ। ପୂର୍ବରୁ ଏଠାରେ ଲାଲଜୀ ଟଣ୍ଡନ ରାଜ୍ୟପାଳ ଦାୟିତ୍ୱ ନିର୍ବାହ କରୁଥିଲେ। ମଧ୍ୟପ୍ରଦେଶର ନୂଆ ରାଜ୍ୟପାଳ ଭାବେ ଆଜି ଲାଲଜୀ ଟଣ୍ଡନ ଶପଥ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରବି ଶଙ୍କର ଝା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।