ପାକିସ୍ତାନୀ ସେନାର ଏକ ହେଲିକପ୍ଟର ରାଓ୍ବଲପିଣ୍ଡିରେ ଦୁର୍ଘଟଣାଗ୍ରସ୍ତ ହେବାରୁ 15 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାରେ ଆହୁରି କିଛି ବିମାନ କର୍ମୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେନା ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ସୂଚନାରୁ ଏହା ଜଣାପଡ଼ିଛି । ରାଓଲପିଣ୍ଡି ସହରର ଏକ ଆବାସିକ ଅଂଚଳରେ ହଠାତ ସେନାର ବିମାନରେ ନିଆଁ ଲାଗିଥିଲା । ସେନାର ଏକ ଛୋଟ ବିମାନ ଆବାସିକ ଅଂଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜନବସତି ଉପରେ ଖସି ପଡିଛି । ରାଓ୍ବଲପିଣ୍ଡିର ମୋରା କାଲୁ ଗାଁ ନିକଟ ଦେଇ ସେନାର ତାଲିମ ହେଲିକପ୍ଟର ଖସିପଡ଼ିଥିଲା । ସିସିଟିଭି ଫୁଟେଜରୁ ଆବାସିକ ଅଂଚଳରେ ନିଆଁ ଲାଗିଥିବା ଦେଖାଯାଇଥିଲା । ଉଦ୍ଧାରକାରୀ ଟିମ କହିଛନ୍ତି, ବିମାନ ଅଚାନକ ଟାୱାର ସହିତ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଛି । ମାତ୍ର ଦୁର୍ଘଟଣାର ପ୍ରକୃତ କାରଣ ଏବେ ବି ଜଣାପଡ଼ି ନାହିଁ ।