ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ ହେବା ପରେ ପେଟ୍ରୋଲ ଦର କ୍ରମାଗତ ଭାବେ ଷଷ୍ଠ ଦିନରେ ହ୍ରାସ ପାଇଛି । ସେହିପରି ଡିଜେଲ ଦର କ୍ରମାଗତ ଭାବେ ଦ୍ବିତୀୟ ଦିନରେ ହ୍ରାସ ପାଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା 13 ପଇସା ହ୍ରାସ ପାଇଛି । ସେହିପରି ଡିଜେଲ ଲିଟର ପିଛା ପୂର୍ବ ଦର ଅପେକ୍ଷା 7 ପଇସା କମ ହୋଇଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା 13 ପଇସା ଓ ଡିଜେଲ ଲିଟର ପିଛା 3 ପଇସା ଶସ୍ତା ହୋଇଛି । ବିଗତ 6 ଦିନ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ପ୍ରାୟ 55 ପଇସା ହ୍ରାସ ପାଇଛି ।