ଭୁବନେଶ୍ଵର: ସିଙ୍ଗାପୁର ସ୍ଥିତ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସୁରବନ ଜୁରଙ୍ଗର ଦକ୍ଷିଣ ଏସିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବିନାଶ ମିଶ୍ରା ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଅଭିଷେକ ମାଲହୋତ୍ରା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ୱ ଦେଇ ସହରାଞ୍ଚଳ ଭିତ୍ତିଭୂମି ଏବଂ ପରିଚାଳିତ ସେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଉଷା ପାଢୀ କହିଛନ୍ତି, “ଭୁବନେଶ୍ୱର ନୂତନ ସହର ପ୍ରକଳ୍ପ ଓଡ଼ିଶା ପାଇଁ ଏକ ବିଶ୍ୱସ୍ତରୀୟ ସହରାଞ୍ଚଳ କେନ୍ଦ୍ର ଗଠନ ଏକ ଯୁଗାନ୍ତକାରୀ ପଦକ୍ଷେପ, ଯାହା ଭବିଷ୍ୟତ ପୀଢ଼ି ପାଇଁ ଅନ୍ତର୍ଭୁକ୍ତି, ସ୍ଥାୟୀତ୍ୱ ଏବଂ ସ୍ଥିରତାକୁ ପ୍ରତିଫଳିତ କରେ।”