ଭୁବନେଶ୍ୱର: ଗୁରୁବାର ହଠତ୍ ସକାଳ ୭ ଘଟିକା ସମୟରେ କିଟ୍ ଛକଠାରେ ବିଏମ୍ସିର ଉଚ୍ଛେଦକାରୀ ଦଳ ଦୁଇଟି ଡୋଜର, ପୋଲିସ୍ ଫୋର୍ସ ସହିତ ପହଞ୍ôଚ ରାସ୍ତାକଡ଼ରେ ଉଠାଦୋକାନୀ ଆଇନ୍ ୨୦୧୪ ଅନୁଯାୟୀ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ଉଠିଯିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଥିଲେ । ସେହି ସମୟରେ ଦୋକାନୀମାନଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି ହେବା ସହ ଏକ ପ୍ରକାର ଆତଙ୍କ ଖେଳି ଯାଇଥିଲା ।
ସେମାନଙ୍କର ଜିନିଷପତ୍ର ନଷ୍ଟ ହୋଇଯିବ, କେଉଁଠି ରଖିବେ, କଣ କରିବେ ତାକୁ ନେଇ ଦୋକାନୀମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ । ଉଚ୍ଛେଦକାରୀ ଦଳ ଦୋକାନୀମାନଙ୍କୁ କୌଣସି ସମୟ ନଦେଇ ବୁଲଡ଼ୋଜର ସହାଯ୍ୟରେ ଗୋଟିଏ ପରେ ଗୋଟିଏ ଦୋକାନ ଉଚ୍ଛେଦ କରି ଚାଲିଥିଲେ । ସେଠାକାର ଦୋକାନୀମାନେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କୁ ଫୋନ୍ ଯୋଗେ ଡକାଇଥିଲେ ।
ଶ୍ରୀଯୁକ୍ତ ସାହୁଙ୍କ ସମେତ ଉପସଭାପତି ଜଗବନ୍ଧୁ ବେହେରା, ନାରୁଆ ସାହୁ, ସସ୍ମିତା ସାହୁ, ଶୁଭଲକ୍ଷ୍ମୀ ମହାନ୍ତି, ବିକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚବା ପରେ ଉତ୍ତର ଯୁଗ୍ମ ଡେପୁଟି କମିଶନର ଏବଂ ଉପଯୁଗ୍ମ ଡେପୁଟି କମିଶନରଙ୍କ ସହିତ ଉଠାଦୋକାନୀ ଆଇନ ଓ ମହାସଂଘ, ବିଏମ୍ସି, ପୋଲିସ୍ ସହିତ ହୋଇଥିବା ଚୁକ୍ତିପତ୍ର ଉପରେ ଆଲୋଚନା କରିଥିଲେ । ଏହାପରେ ଉଚ୍ଛେଦକାରୀ ଦଳ ଦୋକାନଗୁଡ଼ିକୁ ଉଚ୍ଛେନ ନକରି ନିଜେ ନିଜ ଦୋକାନ ନେଇଯିବା ପାଇଁ ଦୋକାନୀମାନଙ୍କୁ ସମୟ ଦେଇଥିଲେ ।
ଏହାପରେ କିଟ୍ ହସ୍ପିଟାଲ ଗେଟ ସମ୍ମୁଖରେ କିଛି ଦୋକାନଗୁଡ଼ିକୁ ହଠାତ୍ ଉଚ୍ଛେଦ କରିବାକୁ ଆରମ୍ଭ କଲାବେଳେ ସେଠାରେ ଥିବା ଶହ ଶହ ଦୋକାନୀ ଡୋଜର ଆଗରେ ଛିଡ଼ାହୋଇ ପ୍ରତିବାଦ କରିବାରୁ ବିଏମ୍ସି ଆଉ ଦୋକାନଗୁଡ଼ିକୁ ଉଚ୍ଛେଦ ନକରି ଘଟଣାସ୍ଥଳରୁ ଫେରି ଯାଇଥିଲେ । ସେହିପରି ସନ୍ଧ୍ୟାରେ ବିଏମ୍ସି ଉଚ୍ଛେଦକାରୀ ଦଳ ଆସି ମା’ ଶିଖରଚଣ୍ଡୀ କ୍ଷୁଦ୍ର ବ୍ୟବସାୟୀ ସଂଘର ଭେଣ୍ଡିଂଜୋନ ଗୁଡ଼ିକୁ ଭାଙ୍ଗି ଦେଇଥିଲେ ।
ଏଠାରେ ସୂଚନାଥାଉକି, ବିଏମ୍ସି ଅଧିକାରୀମାନେ ଯେଉଁଭଳି ଭାବରେ ଉଠାଦୋକାନ ଉଚ୍ଛେଦ କଲେ, ଏଥିରୁ ପ୍ରମାଣିତ ହେଉଛି ଯେ ବିଏମ୍ସି କମିଶନର ଚଞ୍ଚଳ ରାଣା ଉଠାଦୋକାନୀ ଆଇନକୁ ଖୋଲାଖୋଲି ଉଲଙ୍ଘନ କରିବା ସହ ସମ୍ବିଧାନର ଧାରା ୧୯(୧)(ଛ)କୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ।
ଯଦି ବିଏମ୍ସି କମିଶନର ଆଇନ ନମାନି ଏହିଭଳି ଉଚ୍ଛେଦ ଜାରି ରଖନ୍ତି, ତେବେ ବାଧ୍ୟହୋଇ ଉଠାଦୋକାନୀ ମହାସଂଘରେ ଥିବା ୩୦ ହଜାର ସଦସ୍ୟ ସଦସ୍ୟା ଓ ସେମାନଙ୍କ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଶ୍ରୀଯୁକ୍ତ ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । କଳ୍ପନା ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦ ସମୟରେ ମହାସଂଘର ଉପସଭାପତି ନିରଞ୍ଜନ ପାଣ୍ଡେ ଓ ସୂର୍ଯ୍ୟମଣି ସାହୁ, ମଞ୍ଜୁ ନାୟକ ବିଏମ୍ସି ଗାଡ଼ିକୁ ବିରୋଧ କରି ଫେରାଇ ଦେଇଥିଲେ ।