Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିଟ୍ ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦକୁ ତୀବ୍ର ବିରୋଧ
ଆଜିର ଖବର

କିଟ୍ ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦକୁ ତୀବ୍ର ବିରୋଧ

August 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କିଟ୍ ଅଞ୍ଚଳ
କିଟ୍ ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦକୁ ତୀବ୍ର ବିରୋଧ

ଭୁବନେଶ୍ୱର: ଗୁରୁବାର ହଠତ୍ ସକାଳ ୭ ଘଟିକା ସମୟରେ କିଟ୍ ଛକଠାରେ ବିଏମ୍‌ସିର ଉଚ୍ଛେଦକାରୀ ଦଳ ଦୁଇଟି ଡୋଜର, ପୋଲିସ୍ ଫୋର୍ସ ସହିତ ପହଞ୍ôଚ ରାସ୍ତାକଡ଼ରେ ଉଠାଦୋକାନୀ ଆଇନ୍ ୨୦୧୪ ଅନୁଯାୟୀ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ଉଠିଯିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଥିଲେ । ସେହି ସମୟରେ ଦୋକାନୀମାନଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି ହେବା ସହ ଏକ ପ୍ରକାର ଆତଙ୍କ ଖେଳି ଯାଇଥିଲା ।

ସେମାନଙ୍କର ଜିନିଷପତ୍ର ନଷ୍ଟ ହୋଇଯିବ, କେଉଁଠି ରଖିବେ, କଣ କରିବେ ତାକୁ ନେଇ ଦୋକାନୀମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ । ଉଚ୍ଛେଦକାରୀ ଦଳ ଦୋକାନୀମାନଙ୍କୁ କୌଣସି ସମୟ ନଦେଇ ବୁଲଡ଼ୋଜର ସହାଯ୍ୟରେ ଗୋଟିଏ ପରେ ଗୋଟିଏ ଦୋକାନ ଉଚ୍ଛେଦ କରି ଚାଲିଥିଲେ । ସେଠାକାର ଦୋକାନୀମାନେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କୁ ଫୋନ୍ ଯୋଗେ ଡକାଇଥିଲେ ।

ଶ୍ରୀଯୁକ୍ତ ସାହୁଙ୍କ ସମେତ ଉପସଭାପତି ଜଗବନ୍ଧୁ ବେହେରା, ନାରୁଆ ସାହୁ, ସସ୍ମିତା ସାହୁ, ଶୁଭଲକ୍ଷ୍ମୀ ମହାନ୍ତି, ବିକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚବା ପରେ ଉତ୍ତର ଯୁଗ୍ମ ଡେପୁଟି କମିଶନର ଏବଂ ଉପଯୁଗ୍ମ ଡେପୁଟି କମିଶନରଙ୍କ ସହିତ ଉଠାଦୋକାନୀ ଆଇନ ଓ ମହାସଂଘ, ବିଏମ୍‌ସି, ପୋଲିସ୍ ସହିତ ହୋଇଥିବା ଚୁକ୍ତିପତ୍ର ଉପରେ ଆଲୋଚନା କରିଥିଲେ । ଏହାପରେ ଉଚ୍ଛେଦକାରୀ ଦଳ ଦୋକାନଗୁଡ଼ିକୁ ଉଚ୍ଛେନ ନକରି ନିଜେ ନିଜ ଦୋକାନ ନେଇଯିବା ପାଇଁ ଦୋକାନୀମାନଙ୍କୁ ସମୟ ଦେଇଥିଲେ ।

ଏହାପରେ କିଟ୍ ହସ୍ପିଟାଲ ଗେଟ ସମ୍ମୁଖରେ କିଛି ଦୋକାନଗୁଡ଼ିକୁ ହଠାତ୍ ଉଚ୍ଛେଦ କରିବାକୁ ଆରମ୍ଭ କଲାବେଳେ ସେଠାରେ ଥିବା ଶହ ଶହ ଦୋକାନୀ ଡୋଜର ଆଗରେ ଛିଡ଼ାହୋଇ ପ୍ରତିବାଦ କରିବାରୁ ବିଏମ୍‌ସି ଆଉ ଦୋକାନଗୁଡ଼ିକୁ ଉଚ୍ଛେଦ ନକରି ଘଟଣାସ୍ଥଳରୁ ଫେରି ଯାଇଥିଲେ । ସେହିପରି ସନ୍ଧ୍ୟାରେ ବିଏମ୍‌ସି ଉଚ୍ଛେଦକାରୀ ଦଳ ଆସି ମା’ ଶିଖରଚଣ୍ଡୀ କ୍ଷୁଦ୍ର ବ୍ୟବସାୟୀ ସଂଘର ଭେଣ୍ଡିଂଜୋନ ଗୁଡ଼ିକୁ ଭାଙ୍ଗି ଦେଇଥିଲେ ।

ଏଠାରେ ସୂଚନାଥାଉକି, ବିଏମ୍‌ସି ଅଧିକାରୀମାନେ ଯେଉଁଭଳି ଭାବରେ ଉଠାଦୋକାନ ଉଚ୍ଛେଦ କଲେ, ଏଥିରୁ ପ୍ରମାଣିତ ହେଉଛି ଯେ ବିଏମ୍‌ସି କମିଶନର ଚଞ୍ଚଳ ରାଣା ଉଠାଦୋକାନୀ ଆଇନକୁ ଖୋଲାଖୋଲି ଉଲଙ୍ଘନ କରିବା ସହ ସମ୍ବିଧାନର ଧାରା ୧୯(୧)(ଛ)କୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ।

ଯଦି ବିଏମ୍‌ସି କମିଶନର ଆଇନ ନମାନି ଏହିଭଳି ଉଚ୍ଛେଦ ଜାରି ରଖନ୍ତି, ତେବେ ବାଧ୍ୟହୋଇ ଉଠାଦୋକାନୀ ମହାସଂଘରେ ଥିବା ୩୦ ହଜାର ସଦସ୍ୟ ସଦସ୍ୟା ଓ ସେମାନଙ୍କ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଶ୍ରୀଯୁକ୍ତ ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । କଳ୍ପନା ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦ ସମୟରେ ମହାସଂଘର ଉପସଭାପତି ନିରଞ୍ଜନ ପାଣ୍ଡେ ଓ ସୂର୍ଯ୍ୟମଣି ସାହୁ, ମଞ୍ଜୁ ନାୟକ ବିଏମ୍‌ସି ଗାଡ଼ିକୁ ବିରୋଧ କରି ଫେରାଇ ଦେଇଥିଲେ ।

ଉଚ୍ଛେଦ କିଟ୍ ଅଞ୍ଚଳ ଜବରଦଖଲ ଉଚ୍ଛେଦ ବିଏମସି ଉଠା ଦୋକାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.